ଭୋଲେ ବାବାଙ୍କୁ କ୍ଲିନ୍ଚିଟ୍: ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କଲା ଏସ୍ଆଇଟି
ଲକ୍ଷ୍ନୌ,୯।୭: ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଦଳାଚକଟା ଘଟଣାରେ ମଙ୍ଗଳବାର ଏସ୍ଆଇଟି ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ସତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠିଛି। ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କୁ କ୍ଲିନ୍ଚିଟ୍ ଦିଆଯାଇଛି। ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ […] The post ଭୋଲେ ବାବାଙ୍କୁ କ୍ଲିନ୍ଚିଟ୍: ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କଲା ଏସ୍ଆଇଟି appeared first on Dharitri Odia News.
ଲକ୍ଷ୍ନୌ,୯।୭: ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଦଳାଚକଟା ଘଟଣାରେ ମଙ୍ଗଳବାର ଏସ୍ଆଇଟି ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ସତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠିଛି। ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କୁ କ୍ଲିନ୍ଚିଟ୍ ଦିଆଯାଇଛି।
ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସତସଙ୍ଗ ସରିବା ପରେ ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦଳଚକଟା ହୋଇଥିଲା। ଏହି ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।
The post ଭୋଲେ ବାବାଙ୍କୁ କ୍ଲିନ୍ଚିଟ୍: ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କଲା ଏସ୍ଆଇଟି appeared first on Dharitri Odia News.