ଭ୍ଲାଦିମିର ପୁଟିନ ୫ମ ଥର ପାଇଁ ରୁଷ ରାଷ୍ଟ୍ରପତି ଭାବେ ନେଲେ ଶପଥ, ସାମନାରେ ଅଛି ପାହାଡ଼ ପରି ସମସ୍ୟା
ନୂଆଦିଲ୍ଲୀ: ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ପଞ୍ଚମ ଥର ପାଇଁ ରୁଷ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । କ୍ରେମଲିନରେ ଏକ ଭବ୍ୟ ସାମାରୋହରେ ଶପଥ ନେଇ ୭୧ ବର୍ଷୀୟ ପୁଟିନ୍ ନିଜ ପଞ୍ଚମ କାର୍ଯ୍ୟକାଳର ଆରମ୍ଭ କରିଛନ୍ତି । ପୁଟିନ ଏପରି ସମୟରେ ରୁଷ ରାଷ୍ଟ୍ରପତି ପଦ ସମ୍ଭାଳିବାକୁ ଯାଉଛନ୍ତି, ଯେତେବେଳେ ତାଙ୍କ ଉପରେ ଦେଶରେ ବିରୋଧୀ ମୁକ୍ତ କରୁଥିବା ଅଭିଯୋଗ ରହିଛି । ରୁଷର କ୍ଷମତାରେ ଲଗାତାର ମଜଭୁତ ହେଉଥିବା ପୁଟିନଙ୍କ ସାମନାରେ ଏହି କାର୍ଯ୍ୟକାଳରେ ଅନେକ ପ୍ରକାର ଆହ୍ୱାନ ରହିବ । ଖାସକରି ୟୁକ୍ରେନରେ ଯୁଦ୍ଧ ସଂକଟ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।ଭ୍ଲାଦିମିର ପୁଟିନ୍ ରୁଷ ରାଷ୍ଟ୍ରପତି ଭାବେ ନିଜ ନୂଆ କାର୍ଯ୍ୟକାଳ ଆରମ୍ଭ କରିବା ସହ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ପୁଟିନ ଶପଥ ନେବା ପରେ ନିଜ ପ୍ରଥମ ସମ୍ୱୋଧନରେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଏହା ପାଶ୍ଚାତ୍ୟ ଦେଶ ଉପରେ ନିର୍ଭର କରୁଛି ସେମାନେ ରୁଷ ସହ ଆଲୋଚନା କରିବାକୁ ଚାହାନ୍ତି ନା ରୁଷର ବିକାଶରେ ବାଧା ପହଞ୍ଚାଇବା ଉଦ୍ୟମରେ ଆମେ ଆକ୍ରୋଶର ଶିକାର ହେବେ । ପୁଟିନ ପାଶ୍ଚାତ୍ୟ କଥା ଉଲ୍ଲେଖ କରି ପରୋକ୍ଷ ରୂପେ ନାଟୋକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମ ଉପରେ ଚାପ ପକାଇବା ଜାରି ରଖନ୍ତି ତେବେ ତାଣ୍ଡବ ପାଇଁ ପ୍ରସ୍ତୁତ ରୁହନ୍ତୁ । କ୍ରେମଲିନର ସୁନାରେ ସୁସଜ୍ଜିତ ସେଣ୍ଟ ଏଣ୍ଡ୍ରୟୁଜ୍ ହଲରେ ପୁଟିନ କହିଛନ୍ତି ଯେ ପଞ୍ଚମ ଥର ରୁଷର ନେତୃତ୍ୱ କରିବାର ସୁଯୋଗ
ନୂଆଦିଲ୍ଲୀ: ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ପଞ୍ଚମ ଥର ପାଇଁ ରୁଷ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । କ୍ରେମଲିନରେ ଏକ ଭବ୍ୟ ସାମାରୋହରେ ଶପଥ ନେଇ ୭୧ ବର୍ଷୀୟ ପୁଟିନ୍ ନିଜ ପଞ୍ଚମ କାର୍ଯ୍ୟକାଳର ଆରମ୍ଭ କରିଛନ୍ତି । ପୁଟିନ ଏପରି ସମୟରେ ରୁଷ ରାଷ୍ଟ୍ରପତି ପଦ ସମ୍ଭାଳିବାକୁ ଯାଉଛନ୍ତି, ଯେତେବେଳେ ତାଙ୍କ ଉପରେ ଦେଶରେ ବିରୋଧୀ ମୁକ୍ତ କରୁଥିବା ଅଭିଯୋଗ ରହିଛି । ରୁଷର କ୍ଷମତାରେ ଲଗାତାର ମଜଭୁତ ହେଉଥିବା ପୁଟିନଙ୍କ ସାମନାରେ ଏହି କାର୍ଯ୍ୟକାଳରେ ଅନେକ ପ୍ରକାର ଆହ୍ୱାନ ରହିବ । ଖାସକରି ୟୁକ୍ରେନରେ ଯୁଦ୍ଧ ସଂକଟ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।
ଭ୍ଲାଦିମିର ପୁଟିନ୍ ରୁଷ ରାଷ୍ଟ୍ରପତି ଭାବେ ନିଜ ନୂଆ କାର୍ଯ୍ୟକାଳ ଆରମ୍ଭ କରିବା ସହ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ପୁଟିନ ଶପଥ ନେବା ପରେ ନିଜ ପ୍ରଥମ ସମ୍ୱୋଧନରେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଏହା ପାଶ୍ଚାତ୍ୟ ଦେଶ ଉପରେ ନିର୍ଭର କରୁଛି ସେମାନେ ରୁଷ ସହ ଆଲୋଚନା କରିବାକୁ ଚାହାନ୍ତି ନା ରୁଷର ବିକାଶରେ ବାଧା ପହଞ୍ଚାଇବା ଉଦ୍ୟମରେ ଆମେ ଆକ୍ରୋଶର ଶିକାର ହେବେ । ପୁଟିନ ପାଶ୍ଚାତ୍ୟ କଥା ଉଲ୍ଲେଖ କରି ପରୋକ୍ଷ ରୂପେ ନାଟୋକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମ ଉପରେ ଚାପ ପକାଇବା ଜାରି ରଖନ୍ତି ତେବେ ତାଣ୍ଡବ ପାଇଁ ପ୍ରସ୍ତୁତ ରୁହନ୍ତୁ ।
କ୍ରେମଲିନର ସୁନାରେ ସୁସଜ୍ଜିତ ସେଣ୍ଟ ଏଣ୍ଡ୍ରୟୁଜ୍ ହଲରେ ପୁଟିନ କହିଛନ୍ତି ଯେ ପଞ୍ଚମ ଥର ରୁଷର ନେତୃତ୍ୱ କରିବାର ସୁଯୋଗ ମିଳିବା ମୋ ପାଇଁ ପବିତ୍ର କର୍ତ୍ତବ୍ୟର ସମ୍ମାନ ଅଟେ । ଏହା ଦୁଇ ଦଶନ୍ଧିରୁ ଅଧିକ ଶାସନର ବିସ୍ତାର ଅଟେ । ପୁଟିନ ନିଜ ସମ୍ୱୋଧନରେ ଏହା ମଧ୍ୟ କହିଛନ୍ତି ଯେ ଗତ କିଛି ବର୍ଷରେ ସମାଜ ବଦଳିଛି । ଆଜି ବିଶ୍ୱାସନୀୟତା, ପାରସ୍ପାରିକ ଦାୟିତ୍ୱ, ସଚ୍ଚୋଟତା, ଶାଳୀନତା, ବଡ଼ପଣ ଏବଂ ସାହସକୁ ଲୋକେ ଗୁରୁତ୍ୱ ଦେଉଛନ୍ତି । ପୁଟିନ କହିଛନ୍ତି ଯେ ସେ ଦେଶର ପ୍ରମୁଖ ରୂପେ ନିଜ ଶକ୍ତିର ପ୍ରୟୋଗ କରି ରୁଷର ନାଗରିକଙ୍କୁ ଆଗକୁ ବଢାଇବା ପାଇଁ କାମ କରିବେ । ଏହିପରି ନାଗରିକଙ୍କୁ ପ୍ରଶାସନ, ଅର୍ଥବ୍ୟବସ୍ଥା ଏବଂ ଅନ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯିବ ।