ଭଡ଼ାରେ ଯାଉଥିଲା ବାରବାଟୀ ଜେନେରେଟର; ଚାଞ୍ଚଲ୍ୟକର ତଥ୍ୟ ଦେଲେ କ୍ରୀଡ଼ା ପ୍ରଶାସକ ବ୍ରଜ ନନ୍ଦ
କନକ ବ୍ୟରୋ:ବାରବାଟୀରେ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁଠି ଚର୍ଚ୍ଚା। ଏହାରି ଭିତରେ ବାରବାଟୀରେ ବ୍ୟବହାର ହେଉଥିବା ଜେନେରେଟରକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର। ଫ୍ଲଡଲାଇଟ୍ ପାଇଁ ବ୍ୟବହାର ହେଉଥିବା ଡିଜି ଅନେକ ସମୟରେ ଭଡାରେ ଯାଉଥିବା କଥା କହିଛନ୍ତି ପୂର୍ବତନ କ୍ରୀଡ଼ା ପ୍ରଶାସକ ବ୍ରଜ ନନ୍ଦ। କହିଲେ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବ୍ୟବହାର ହେଉଥିଲା ଡିଜି ସେଟ୍ । ଟିମ୍ ଇଣ୍ଡିଆର ବ୍ୟାଟିଂ ବେଳେ ବନ୍ଦ ହୋଇଯାଥିଲା ଫ୍ଲଡ୍ ଲାଇଟ୍ । ଭାରତୀୟ ଓପେନିଂ ଯୋଡ଼ି ଲୟରେ ନଜର ଆସୁଥିବା ବେଳେ ଏଭଳି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ଅନ୍ୟ ପଟେ ଏହି ଫ୍ଲଡ୍ ଲାଇଟ୍ ବନ୍ଦ ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ।

କନକ ବ୍ୟରୋ:ବାରବାଟୀରେ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁଠି ଚର୍ଚ୍ଚା। ଏହାରି ଭିତରେ ବାରବାଟୀରେ ବ୍ୟବହାର ହେଉଥିବା ଜେନେରେଟରକୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର। ଫ୍ଲଡଲାଇଟ୍ ପାଇଁ ବ୍ୟବହାର ହେଉଥିବା ଡିଜି ଅନେକ ସମୟରେ ଭଡାରେ ଯାଉଥିବା କଥା କହିଛନ୍ତି ପୂର୍ବତନ କ୍ରୀଡ଼ା ପ୍ରଶାସକ ବ୍ରଜ ନନ୍ଦ। କହିଲେ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବ୍ୟବହାର ହେଉଥିଲା ଡିଜି ସେଟ୍ ।
ଟିମ୍ ଇଣ୍ଡିଆର ବ୍ୟାଟିଂ ବେଳେ ବନ୍ଦ ହୋଇଯାଥିଲା ଫ୍ଲଡ୍ ଲାଇଟ୍ । ଭାରତୀୟ ଓପେନିଂ ଯୋଡ଼ି ଲୟରେ ନଜର ଆସୁଥିବା ବେଳେ ଏଭଳି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ଅନ୍ୟ ପଟେ ଏହି ଫ୍ଲଡ୍ ଲାଇଟ୍ ବନ୍ଦ ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ।