ଭଡ଼ାରେ ଲାଗିଛି ODRP ଘର; ଅଯୋଗ୍ୟ ହାତେଇଛନ୍ତି, ଯୋଗ୍ୟ ନିରାଶ
କନକ ବ୍ୟୁରୋ : ଫାଇଲିନ ବାତ୍ୟାବିପନ୍ନଙ୍କୁ ସରକାର ଘର ଦେଲେ । ଚିଲିକା ଓ ଗଞ୍ଜାମ ଉପକୂଳବର୍ତ୍ତୀ ଅଞ୍ଚଳରେ ଘର ତିଆରି କରି ବଣ୍ଟାଗଲା । କିନ୍ତୁ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ସଥିରୁ ୫୦ ପ୍ରତିଶତ ଘର ଭଡ଼ା ଲାଗିଛି । ହିତାଧିକାରୀ ନିଜେ ନରହି ଭଡ଼ା ଦେଇଛନ୍ତି । ପ୍ରକୃତ ହିତାଧିକାରୀଙ୍କ ବଦଳରେ ଧନୀଙ୍କୁ ଘର ଦିଆଯାଇଥିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ୨୦୧୩ ଫାଇଲିନ ବାତ୍ୟା ପରେ ବିପନ୍ନଙ୍କ ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟ ସରକାର ଖୋର୍ଦ୍ଧାର ଚିଲିକା ଓ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପକ୍କାଘର ତିଆରି କରିଥିଲେ । ଗୋଟିଏ ଘର ପାଇଁ ଖର୍ଚ୍ଚ ହୋଇଥିଲା ୩ ଲକ୍ଷ ୫୦ ହଜାର ଟଙ୍କା । ଓଡ଼ିଶା ଡିଜାଷ୍ଟାର ରିକଭରି ପ୍ରୋଜେକ୍ଟ-ଓଡିଆରପି ଜରିଆରେ ଲୋକଙ୍କୁ ଘର ପ୍ରଦାନ କରାଯାଇଥିଲା । ଖଲ୍ଲିକୋଟ ବ୍ଲକର ୭ଟି ପଞ୍ଚାୟତରେ ଦିଆଯାଇଥିବା ୩ ହଜାର ୭୫ଟି ଘର ମଧ୍ୟରୁ ୫୦% ଘର ଭଡ଼ାରେ ଲାଗିଛି । ହିତାଧିକାରୀ ନିଜେ ନରହି ଭଡ଼ା ଦେଇଛନ୍ତି । ଶାବୁଳିଆ ଗାଁର କମଳୀ ସାହୁଙ୍କୁ ଓଡିଆରପି ଘର ମିଳିଥିଲା । ସେ ଗାଁରେ ନିଜ ଘରେ ରହୁଥିବାରୁ ସରକାରୀ ଘରକୁ ଭଡ଼ାରେ ଲଗାଇଛନ୍ତି । ସେହିଭଳି ଭେଜିପୁଟ ଗାଁର ଓଡିଆରପି କଲୋନୀରେ ଅନେକ ଘର ଭଡ଼ାରେ ଲାଗିଛି ! ହିତାଧିକାରୀ ଚୟନ ସମୟରେ ଚଞ୍ଚକତା କରି ଗରିବଙ୍କ ବଦଳରେ ଧନୀଙ୍କୁ ଘର ଦିଆଯାଇଥିବାରୁ ଓଡିଆରପି ଘର ଭଡ଼ା ଲାଗିଥିବା ଲୋକ ଅଭିଯୋଗ କରିଛନ୍ତି । ନିୟମ ଅନୁସାରେ ଓଡିଆରପି

କନକ ବ୍ୟୁରୋ : ଫାଇଲିନ ବାତ୍ୟାବିପନ୍ନଙ୍କୁ ସରକାର ଘର ଦେଲେ । ଚିଲିକା ଓ ଗଞ୍ଜାମ ଉପକୂଳବର୍ତ୍ତୀ ଅଞ୍ଚଳରେ ଘର ତିଆରି କରି ବଣ୍ଟାଗଲା । କିନ୍ତୁ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ସଥିରୁ ୫୦ ପ୍ରତିଶତ ଘର ଭଡ଼ା ଲାଗିଛି । ହିତାଧିକାରୀ ନିଜେ ନରହି ଭଡ଼ା ଦେଇଛନ୍ତି । ପ୍ରକୃତ ହିତାଧିକାରୀଙ୍କ ବଦଳରେ ଧନୀଙ୍କୁ ଘର ଦିଆଯାଇଥିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି ।
୨୦୧୩ ଫାଇଲିନ ବାତ୍ୟା ପରେ ବିପନ୍ନଙ୍କ ପାଇଁ ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟ ସରକାର ଖୋର୍ଦ୍ଧାର ଚିଲିକା ଓ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ପକ୍କାଘର ତିଆରି କରିଥିଲେ । ଗୋଟିଏ ଘର ପାଇଁ ଖର୍ଚ୍ଚ ହୋଇଥିଲା ୩ ଲକ୍ଷ ୫୦ ହଜାର ଟଙ୍କା । ଓଡ଼ିଶା ଡିଜାଷ୍ଟାର ରିକଭରି ପ୍ରୋଜେକ୍ଟ-ଓଡିଆରପି ଜରିଆରେ ଲୋକଙ୍କୁ ଘର ପ୍ରଦାନ କରାଯାଇଥିଲା । ଖଲ୍ଲିକୋଟ ବ୍ଲକର ୭ଟି ପଞ୍ଚାୟତରେ ଦିଆଯାଇଥିବା ୩ ହଜାର ୭୫ଟି ଘର ମଧ୍ୟରୁ ୫୦% ଘର ଭଡ଼ାରେ ଲାଗିଛି । ହିତାଧିକାରୀ ନିଜେ ନରହି ଭଡ଼ା ଦେଇଛନ୍ତି ।
ଶାବୁଳିଆ ଗାଁର କମଳୀ ସାହୁଙ୍କୁ ଓଡିଆରପି ଘର ମିଳିଥିଲା । ସେ ଗାଁରେ ନିଜ ଘରେ ରହୁଥିବାରୁ ସରକାରୀ ଘରକୁ ଭଡ଼ାରେ ଲଗାଇଛନ୍ତି । ସେହିଭଳି ଭେଜିପୁଟ ଗାଁର ଓଡିଆରପି କଲୋନୀରେ ଅନେକ ଘର ଭଡ଼ାରେ ଲାଗିଛି ! ହିତାଧିକାରୀ ଚୟନ ସମୟରେ ଚଞ୍ଚକତା କରି ଗରିବଙ୍କ ବଦଳରେ ଧନୀଙ୍କୁ ଘର ଦିଆଯାଇଥିବାରୁ ଓଡିଆରପି ଘର ଭଡ଼ା ଲାଗିଥିବା ଲୋକ ଅଭିଯୋଗ କରିଛନ୍ତି ।
ନିୟମ ଅନୁସାରେ ଓଡିଆରପି ଘର ଭଡ଼ା ଦିଆଯାଇ ପାରିବନାହିଁ । ହିତାଧିକାରୀ ନିଜେ ସେହି ଘରେ ରହିବେ । ସରକାରଙ୍କ କଟକଣାକୁ ଫୁ-କରି ଉଡ଼ାଇ ଦେଇଛନ୍ତି ହିତାଧିକାରୀ ! ତୁରନ୍ତ ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ଦାବି ହୋଇଛି ।