ଭୟ ଦେଖାଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ଜଟଣୀ:ଜଟଣୀ ଥାନା ବେଣାପଞ୍ଜରୀ ଅଞ୍ଚଳରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟି ଯାଇଛି। ଭୟ ଦେଖାଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ନବମ ଶ୍ରେଣୀ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହେଇଛି। ଅଭିଯୁକ୍ତ ଯୁବକର ନାଁ ଆୟେମତ ଖାନ ବୋଲି ଜଣାପଡ଼ିଛି। ଘଟଣା ଅନୁଯାୟୀ, ବେଣାପାଞ୍ଜରୀ ଗ୍ରାମର ଜନୈକା ନବମ ଶ୍ରେଣୀର ଛାତ୍ରୀକୁ ଅଭିଯୁକ୍ତ ଆୟେମତ ଖାନ ୨୦୨୩ ମସିହାରୁ ଟ୍ୟୁସନ୍ ଯିବା ରାସ୍ତାରେ ନିୟମିତ […]

ଜଟଣୀ:ଜଟଣୀ ଥାନା ବେଣାପଞ୍ଜରୀ ଅଞ୍ଚଳରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟି ଯାଇଛି। ଭୟ ଦେଖାଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଜଣେ ନବମ ଶ୍ରେଣୀ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହେଇଛି। ଅଭିଯୁକ୍ତ ଯୁବକର ନାଁ ଆୟେମତ ଖାନ ବୋଲି ଜଣାପଡ଼ିଛି।
ଘଟଣା ଅନୁଯାୟୀ, ବେଣାପାଞ୍ଜରୀ ଗ୍ରାମର ଜନୈକା ନବମ ଶ୍ରେଣୀର ଛାତ୍ରୀକୁ ଅଭିଯୁକ୍ତ ଆୟେମତ ଖାନ ୨୦୨୩ ମସିହାରୁ ଟ୍ୟୁସନ୍ ଯିବା ରାସ୍ତାରେ ନିୟମିତ ଭାବେ ପିଛା କରିବା ସହ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏହି ଭଳି କିଛିଦିନ ଯିବା ପରେ ସେ ପୀଡ଼ିତାଙ୍କୁ ପ୍ରେମ କରୁଥିବା କହି ବିବାହର ମିଥ୍ୟା ପ୍ରତିଶୃତି ଦେଇଥିଲେ। ଏହା ସହ ଜୋର ଜବରଦସ୍ତ ତାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେହିଦିନ ପରଠାରୁ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ତାଙ୍କ ମନରେ ଭୟ ସୃଷ୍ଟି କରିବା ସହ ତାଙ୍କ ସହିତ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିଲେ। ଗତକାଲି ପୀଡ଼ିତା ଜଣଙ୍କ ବାନ୍ତି ହେବା ସହ ମୁଣ୍ଡ ବୁଲାଇ ତଳେ ପଡ଼ିଯିବା ଦେଖି ତାଙ୍କ ମାଆ ପଚରାଉଚରା କରିବାରୁ, ସେ ଚାରିମାସର ଅନ୍ତଃସତ୍ତ୍ୱା ଥିବା ମାଆକୁ କହିଥିଲେ।
ଅଭିଯୁକ୍ତ ଚନ୍ଦୁ ତାଙ୍କୁ ପ୍ରେମ କରିବାର ବାହାନାରେ ୨୦୨୩ ମସିହାରୁ ଡରାଇ ଧମକାଇ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ । ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ପୀଡ଼ିତାଙ୍କୁ ଜୋରଜବରଦସ୍ତ ଗର୍ଭନିରୋଧକ ଔଷଧ ଖାଇବାକୁ ଦେଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ଜଟଣୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ। କେଶ ନମ୍ବର ୬୪/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଟଣୀ ଥାନା ଆଇଆଇସି ଷ୍ଟାଲିନ ବିଶ୍ଵାଳ କହିଛନ୍ତି।