ଭୟଙ୍କର ଅଗ୍ନିକାଣ୍ଡ ! ଟାଇମ୍‌ସ ଟାୱାରରେ ଲାଗିଲା ନିଆଁ

ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲେଭଲ୍ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଇଞ୍ଜିନ୍ ଏବଂ ଅନ୍ୟ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇଥିଲେ ବୋଲି ଅଧିକାରୀ କହିଛନ୍ତି ।

ଭୟଙ୍କର ଅଗ୍ନିକାଣ୍ଡ ! ଟାଇମ୍‌ସ ଟାୱାରରେ ଲାଗିଲା ନିଆଁ

ଭୟଙ୍କର ଅଗ୍ନିକାଣ୍ଡ । ଟାଇମ୍‌ସ ଟାୱାରରେ ଲାଗିଲା ନିଆଁ । ଧୁଆଁମୟ ହେଲା ପରିବେଶ । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଥିବା ଟାଇମ୍ସ ଟାୱାର ବିଲଡିଂରେ ନିଆଁ ଲାଗିଛି । ସାତ ମହଲା ବିଶିଷ୍ଟ ଏହି କୋଠାରେ ଅଚାନକ ଲାଗିଥିଲା ନିଆଁ । ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ସାଢ଼େ ୬ଟାରେ ଘଟିଥିଲା । ଖବର ପାଇବା ପରେ ୮ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ ।

ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲେଭଲ୍ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଇଞ୍ଜିନ୍ ଏବଂ ଅନ୍ୟ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇଥିଲେ ବୋଲି ଅଧିକାରୀ କହିଛନ୍ତି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ ଏବେ ସୁଦ୍ଧା କୌଣସି ମୃତାହତର ଖବର ସାମ୍ନାକୁ ଆସିନାହିଁ ବୋଲି ଅଧିକାରୀ କହିଛନ୍ତି ।

ନିକଟ ଅତୀତରେ ଜୁନ୍ ମାସରେ ଦକ୍ଷିଣ ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଥିବା ୫୭ ମହଲା ବିଶିଷ୍ଟ ଆବାସିକ କୋଠାରେ ମଧ୍ୟରାତ୍ରିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣା ସମ୍ପର୍କରେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ଦମକାଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।