ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ପୁରୁଣା ବ୍ୟାରିକେଡ

ପୁରୀ ୦୮।୦୪ : ପୁରୀରେ ପୁଣି ଅଗ୍ନିକାଣ୍ଡ । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛ ପଟେ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡ୍‌ ଗୁଡ଼ିକରେ ନିଆଁ ଲାଗିଛି । ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଘଟିଛି ଏଭଳି ଅଗ୍ନିକାଣ୍ଡ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡରେ ନିଆଁ ଲାଗିଛି। ନିଆଁ ଲାଗି ଯାଇ ବ୍ୟାରିକେଡ ଗୁଡିକ ହୁତୁ ହୁତୁ ହୋଇ ଜଳିଛି। ଲୁହା, ପ୍ଲାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡରେ ନିଆଁ ଲାଗିବାରୁ ସଂମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ନିକଟରେ ଏଲଆଇସି କଲୋନୀରେ ସରକାରୀ କ୍ବାଟର ରହିଛି। ପାଖରେ ନ୍ୟାୟଧିଷ ଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାଟର ବି ରହିଛି।ସେପଟେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କେହି ଦୁର୍ବୁତ୍ତ ଏଭଳି ନିଆଁ ଲଗାଇଥାଇ ପାରନ୍ତି କିମ୍ବା କିଏ ସିଗାରେଟ ଖାଇ ପକାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ ବୋଲି ସାଧାରଣରେ ଦାବି ହୋଇଛି। ଗତ କିଛି ମାସ ତଳେ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ରଖାଯାଇଥିବା ବ୍ୟାରିକେଡରେ ନିଆଁ ଲାଗିଥିଲା। 

ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ପୁରୁଣା ବ୍ୟାରିକେଡ

ପୁରୀ ୦୮।୦୪ : ପୁରୀରେ ପୁଣି ଅଗ୍ନିକାଣ୍ଡ । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛ ପଟେ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡ୍‌ ଗୁଡ଼ିକରେ ନିଆଁ ଲାଗିଛି । ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଘଟିଛି ଏଭଳି ଅଗ୍ନିକାଣ୍ଡ। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପଛପଟେ ରଖାଯାଇଥିବା ପୁରୁଣା ବ୍ୟାରିକେଡରେ ନିଆଁ ଲାଗିଛି। ନିଆଁ ଲାଗି ଯାଇ ବ୍ୟାରିକେଡ ଗୁଡିକ ହୁତୁ ହୁତୁ ହୋଇ ଜଳିଛି। ଲୁହା, ପ୍ଲାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡରେ ନିଆଁ ଲାଗିବାରୁ ସଂମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା। ନିକଟରେ ଏଲଆଇସି କଲୋନୀରେ ସରକାରୀ କ୍ବାଟର ରହିଛି। ପାଖରେ ନ୍ୟାୟଧିଷ ଙ୍କ ଠାରୁ ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ବାଟର ବି ରହିଛି।

ସେପଟେ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। କେହି ଦୁର୍ବୁତ୍ତ ଏଭଳି ନିଆଁ ଲଗାଇଥାଇ ପାରନ୍ତି କିମ୍ବା କିଏ ସିଗାରେଟ ଖାଇ ପକାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ ବୋଲି ସାଧାରଣରେ ଦାବି ହୋଇଛି। ଗତ କିଛି ମାସ ତଳେ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ରଖାଯାଇଥିବା ବ୍ୟାରିକେଡରେ ନିଆଁ ଲାଗିଥିଲା।