ଭୟଙ୍କର ବାଣ ବିସ୍ଫୋରଣରେ ଭୁଶୁଡି ପଡ଼ିଲା କୋଠା, ଜଣେ ମୃତ, ୨ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ବଡବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକ କୋଠା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁସାରେ ଶୁକ୍ରବାର ରାତିରେ ଜଗତସିଂହପୁର ବଡବାଗ ଗାଁରେ ବାଣ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ପୂରା ଗାଁ ଥରି ଉଠିଥିଲା । ବିସ୍ଫୋରଣରେ ଏକ କୋଠା ଘର ଭଶୁଡ଼ି ପଡ଼ିଛି । ଦୁର୍ଘଟଣା ବେଳେ ଘର ଭିତରେ ୪ ଜଣ ଥିଲେ ବୋଲି ଜଣାପଡ଼ିଛି । ଦୁଇ ଭାଇ ଏବଂ ସେମାନଙ୍କ ସ୍ତ୍ରୀ ଘରେ ଥିବା ସ୍ଥାନୀୟ ଲୋକ କହିଛନ୍ତି । ସମସ୍ତେ ଶୋଇଥିବା ବେଳେ କୋଠା ଘରଟି ଭୁଶୁଡ଼ି ପଡ଼ିଥିଲା । ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣ ବ୍ୟକ୍ତି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭଙ୍ଗା ଛାତ ଉଠାଇବାକୁ ଜଗ୍‌ର ନିଆଯାଉଛି ସହାୟତା ।

ଭୟଙ୍କର ବାଣ ବିସ୍ଫୋରଣରେ ଭୁଶୁଡି ପଡ଼ିଲା କୋଠା, ଜଣେ ମୃତ, ୨ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ବଡବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକ କୋଠା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ ଶୁକ୍ରବାର ରାତିରେ ଜଗତସିଂହପୁର ବଡବାଗ ଗାଁରେ ବାଣ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ପୂରା ଗାଁ ଥରି ଉଠିଥିଲା । ବିସ୍ଫୋରଣରେ ଏକ କୋଠା ଘର ଭଶୁଡ଼ି ପଡ଼ିଛି । ଦୁର୍ଘଟଣା ବେଳେ ଘର ଭିତରେ ୪ ଜଣ ଥିଲେ ବୋଲି ଜଣାପଡ଼ିଛି । ଦୁଇ ଭାଇ ଏବଂ ସେମାନଙ୍କ ସ୍ତ୍ରୀ ଘରେ ଥିବା ସ୍ଥାନୀୟ ଲୋକ କହିଛନ୍ତି । ସମସ୍ତେ ଶୋଇଥିବା ବେଳେ କୋଠା ଘରଟି ଭୁଶୁଡ଼ି ପଡ଼ିଥିଲା । ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣ ବ୍ୟକ୍ତି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭଙ୍ଗା ଛାତ ଉଠାଇବାକୁ ଜଗ୍‌ର ନିଆଯାଉଛି ସହାୟତା ।