ଭୟଙ୍କର ରୂପ ଧାରଣ କଲା ବାତ୍ୟା, ଏଇଠି ପିଟିହେବ…
ନୂଆଦିଲ୍ଲୀ,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ। ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି ହଠାତ୍ ଏହାର ଦିଗ ବଦଳାଇଥିବା ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୩ କିଲୋମିଟରରୁ ୧୦ କିଲୋମିଟର ବେଗରେ ଗତି କରୁଛି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି […] The post ଭୟଙ୍କର ରୂପ ଧାରଣ କଲା ବାତ୍ୟା, ଏଇଠି ପିଟିହେବ… appeared first on Dharitri Odia News.
ନୂଆଦିଲ୍ଲୀ,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର ରୂପ ନେଇଛି ଗଭୀର ଅବପାତ। ତେବେ ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି ହଠାତ୍ ଏହାର ଦିଗ ବଦଳାଇଥିବା ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୩ କିଲୋମିଟରରୁ ୧୦ କିଲୋମିଟର ବେଗରେ ଗତି କରୁଛି । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟ। ଏହା ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଛି । ଏହା ୩୦ ତାରିଖରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଆଶା କରାଯାଉଛି ।
ଆଇଏମଡି କହିଛି ଯେ ଏହି ଘୂର୍ଣ୍ଣିବଳୟ ଫଳରେ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବୋହିବ। ଏହି କାରଣରୁ, ଡିସେମ୍ବର ୨ ପର୍ଯ୍ୟନ୍ତ ଆନ୍ଧ୍ରରେ ହାଲୁକାରୁ ମଧ୍ୟମ ବର୍ଷା ହେବ ।ଯଦି ପବନର ବେଗକୁ ଦେଖିବା, ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବ। ଏପିରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଏବଂ ତେଲେଙ୍ଗାନାରେ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ପବନ ବହିବ। ଅଧିକାରୀମାନେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ନଯିବାକୁ ପରାମର୍ଶ ଦେଇଥିଲେ।
ତେବେ ବାତ୍ୟା ପ୍ରଭାବ ଓଡ଼ିରେ ମଧ୍ୟ ପଡିବ। ଏହା ପ୍ରଭାବରେ ୩୦ ଓ ୧ ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହାସହ ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
The post ଭୟଙ୍କର ରୂପ ଧାରଣ କଲା ବାତ୍ୟା, ଏଇଠି ପିଟିହେବ… appeared first on Dharitri Odia News.