ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, ହେଲା ବଡ଼ ଖୁଲାସା

ମୁମ୍ବାଇ: ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ। ହେଲେ ଏବେ ସଲମାନଙ୍କୁ ନେଇ ବଡ଼ ଖୁଲାସା ହୋଇଛି। ସେ ଭୟଙ୍କର ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ୧୯୮୮ ମସିହାରେ ’ବିବି ହୋ ତୋ ଐସି’ ସହିତ କ୍ୟାରିଅର ଆରମ୍ଭ କରିଥିଲେ ସଲମାନ। ନିକଟରେ […] The post ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, ହେଲା ବଡ଼ ଖୁଲାସା appeared first on Dharitri Odia News.

ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, ହେଲା ବଡ଼ ଖୁଲାସା

ମୁମ୍ବାଇ: ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ। ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ। ହେଲେ ଏବେ ସଲମାନଙ୍କୁ ନେଇ ବଡ଼ ଖୁଲାସା ହୋଇଛି। ସେ ଭୟଙ୍କର ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି।

୧୯୮୮ ମସିହାରେ ’ବିବି ହୋ ତୋ ଐସି’ ସହିତ କ୍ୟାରିଅର ଆରମ୍ଭ କରିଥିଲେ ସଲମାନ। ନିକଟରେ ସେ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ ଶର୍ମା ଶୋ’ରେ ଅତିଥି ଭାବେ ନଜର ଆସିଥିଲେ। ଏହି ଶୋ’ରେ, ଅଭିନେତା ନିଜ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବଡ଼ କଥା କହିଛନ୍ତି। ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ, ବ୍ରେନ ଆନ୍ୟୁରିଜମ୍‌ ଏବଂ ଏଭି ମାଲ୍‌ଫର୍ମେସନ ଭଳି ରୋଗରେ ପୀଡ଼ିତ। ଏଥିଯୋଗୁ ଶାରୀରିକ ଭାବରେ କ୍ଲାନ୍ତ ହେବା ଏବଂ ଅତ୍ୟଧିକ ଯନ୍ତ୍ରଣା ସତ୍ତ୍ୱେ ଫିଲ ପାଇଁ କଠିନ ପରିଶ୍ରମ କରୁଛନ୍ତି।

ସଲମାନ କହିଥିଲେ, ‘ମୁଁ ପ୍ରତିଦିନ ହାଡ଼ ଭାଙ୍ଗୁଛି, ପଞ୍ଜରା ଭାଙ୍ଗୁଛି, ଟ୍ରାଇଜେମିନାଲ ନ୍ୟୁରାଲଜିଆ(trigeminal neuralgia)ରେ ପୀଡ଼ିତ ଥିବା ସତ୍ତ୍ୱେ କାମ କରୁଛି, ମସ୍ତିଷ୍କରେ ଆନିଉରିଜମ୍‌(aneurysm) ହୋଇଥିବା ଯୋଗୁ ଏହାର ଚିକିତ୍ସା ଉପରେ କାମ କରୁଛି। AV malformation ଅଛି, ଏହାର ଚିକିତ୍ସା ଚାଲିଛି। ମୋ ଜୀବନରେ ଏସବୁ ଚାଲିଛି ଯଦି ଏହା କମ ବୟସରେ ହୋଇଥାନ୍ତା, ତେବେ ଏହା ଠିକ ହୋଇଥାନ୍ତା, ଆମେ ପୁଣି କାମ କରିଥାନ୍ତୁ। ହେଲେ ଏବେ ହୋଇ ବେଶ ଅସୁବିଧା ଭୋଗିବାକୁ ପଡ଼ୁଥିବା ସେ କହିଛନ୍ତି।

ସଲମାନଙ୍କୁ ଶେଷ ଥର ପାଇଁ ରଶ୍ମିକା ମଣ୍ଡାନାଙ୍କ ସହିତ ସିକନ୍ଦର ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ କାଜଲ ଅଗ୍ରୱାଲ, ଶର୍ମନ ଜୋଶୀ, ସତ୍ୟରାଜ, ଜତିନ ସରନା, ସଞ୍ଜୟ କପୁର, ପ୍ରତୀକ, ସ୍ମିତା ପାଟିଲ ଏବଂ କିଶୋର ମଧ୍ୟ ନଜର ଆସିଥିଲେ।

The post ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, ହେଲା ବଡ଼ ଖୁଲାସା appeared first on Dharitri Odia News.