ଭୟଙ୍କର ସିରିଜ୍ ଦୁର୍ଘଟଣା, ୭ ବାଇକ୍କୁ ଧକ୍କା ଦେଇ ଓଲଟିଲା କାର
ବୌଦ୍ଧ: ଭୟଙ୍କର ସିରିଜ୍ ଦୁର୍ଘଟଣା।୭ ବାଇକ୍କୁ ସହ ବୃଦ୍ଧାଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହେଲା କାର। ଘଟଣା ଘଟିଛି ବୌଦ୍ଧ ଚମ୍ପାପୁର ଛକ ନିକଟରେ। ଏଥିରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ କାର୍ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଚମ୍ପାପୁର ଛକ ନିକଟରେ ରାସ୍ତା କଡ଼ରେ ଥିବା ୭ଟି ଗାଡ଼ିକୁ ଧକ୍କା ଦେଇଥିଲା। ଏହା ସହ ସେଠାରେ ଛିଡ଼ା ହୋଇଥିବା ଜଣେ ବୃଦ୍ଧା ସତ୍ୟାଭାମା ମେହେର ଏବଂ ଅନ୍ୟ ଦୁଇ ଜଣକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଅନମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେପେଟେ ଘଟଣା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ଆଦର୍ଶ ଥାନା ପୋଲିସ।
ବୌଦ୍ଧ: ଭୟଙ୍କର ସିରିଜ୍ ଦୁର୍ଘଟଣା।୭ ବାଇକ୍କୁ ସହ ବୃଦ୍ଧାଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହେଲା କାର। ଘଟଣା ଘଟିଛି ବୌଦ୍ଧ ଚମ୍ପାପୁର ଛକ ନିକଟରେ। ଏଥିରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ କାର୍ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଚମ୍ପାପୁର ଛକ ନିକଟରେ ରାସ୍ତା କଡ଼ରେ ଥିବା ୭ଟି ଗାଡ଼ିକୁ ଧକ୍କା ଦେଇଥିଲା। ଏହା ସହ ସେଠାରେ ଛିଡ଼ା ହୋଇଥିବା ଜଣେ ବୃଦ୍ଧା ସତ୍ୟାଭାମା ମେହେର ଏବଂ ଅନ୍ୟ ଦୁଇ ଜଣକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଅନମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେପେଟେ ଘଟଣା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ଆଦର୍ଶ ଥାନା ପୋଲିସ।