ଭୟରେ ଇଣ୍ଡିଆ ଜର୍ସି ପିନ୍ଧି ପକାଇଲେ ପାକିସ୍ତାନୀ ପ୍ରଶଂସକ, ଭିଡିଓ ଭାଇରାଲ
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ରବିବାର (୨୩ ଫେବୃଆରୀ) ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ଦେଶର ଜର୍ସି ଉପରେ ଟିମ ଇଣ୍ଡିଆର ଜର୍ସି ପିନ୍ଧିଥିବାର ଦେଖାଯାଉଛି। ମ୍ୟାଚର ପ୍ରଥମ ଇନିଂସରେ ପାକିସ୍ତାନୀ ପ୍ରଶଂସକ ଜଣକ ତାଙ୍କ ଜର୍ସି ବଦଳାଇ ଦେଇଥିଲେ। ପ୍ରକୃତରେ, ଟିମ ଇଣ୍ଡିଆ ଆରମ୍ଭରୁ ହିଁ ଏହି ମ୍ୟାଚରେ ଏକ ଦୃଢ଼ ସ୍ଥିତି ବଜାୟ ରଖିଥିଲା। ଟିମ ଇଣ୍ଡିଆ ୫୦ ରନ […] The post ଭୟରେ ଇଣ୍ଡିଆ ଜର୍ସି ପିନ୍ଧି ପକାଇଲେ ପାକିସ୍ତାନୀ ପ୍ରଶଂସକ, ଭିଡିଓ ଭାଇରାଲ appeared first on Dharitri Odia News.
ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ରବିବାର (୨୩ ଫେବୃଆରୀ) ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ଦେଶର ଜର୍ସି ଉପରେ ଟିମ ଇଣ୍ଡିଆର ଜର୍ସି ପିନ୍ଧିଥିବାର ଦେଖାଯାଉଛି।
ମ୍ୟାଚର ପ୍ରଥମ ଇନିଂସରେ ପାକିସ୍ତାନୀ ପ୍ରଶଂସକ ଜଣକ ତାଙ୍କ ଜର୍ସି ବଦଳାଇ ଦେଇଥିଲେ। ପ୍ରକୃତରେ, ଟିମ ଇଣ୍ଡିଆ ଆରମ୍ଭରୁ ହିଁ ଏହି ମ୍ୟାଚରେ ଏକ ଦୃଢ଼ ସ୍ଥିତି ବଜାୟ ରଖିଥିଲା। ଟିମ ଇଣ୍ଡିଆ ୫୦ ରନ ମଧ୍ୟରେ ପାକିସ୍ତାନର ପ୍ରଥମ ଦୁଇଟି ୱିକେଟ ନେଇଯାଇଥିଲା। ଏହା ପରେ ଅଧିନାୟକ ମହମ୍ମଦ ରିଜୱାନ ଏବଂ ସୌଦ ଶକିଲ ଶତକୀୟ ଭାଗୀଦାରି କରି ପାକିସ୍ତାନ ଦଳକୁ ଟେନସନରୁ ବାହାର କରିଥିଲେ, କିନ୍ତୁ ଅଧିନାୟକ ପ୍ୟାଭିଲିୟନ ଫେରିବା ମାତ୍ରେ ପାକିସ୍ତାନ ଦଳ ପରାଜୟ ଆଡକୁ ଗତି କରିବା ଆରମ୍ଭ କରିଦେଇଥିଲା।
ଗୋଟିଏ ସମୟରେ ୧୫୧ ରନରେ ମାତ୍ର ୨ ୱିକେଟ ହରାଇ ଭଲ ସ୍ଥିତିରେ ଥିବା ପାକିସ୍ତାନ ପୂରା ୫୦ ଓଭର ମଧ୍ୟ ଖେଳିପାରିନଥିଲା ଏବଂ ୨୪୧ ରନରେ ଅଲଆଉଟ ହୋଇଯାଇଥିଲା। ପାକିସ୍ତାନର ଗୋଟିଏ ପରେ ଗୋଟିଏ ୱିକେଟ ପତନ ମଧ୍ୟରେ, ଜଣେ ପାକିସ୍ତାନୀ ପ୍ରଶଂସକ ଭରପୂର ଷ୍ଟାଡିୟମରେ ତାଙ୍କ ଜର୍ସି ବଦଳାଇ ଦେଇଥିଲେ।
ସୂଚନାଯୋଗ୍ୟ, ଏହି ବିଜୟ ସହିତ, ଟିମ ଇଣ୍ଡିଆ ଗ୍ରୁପ-ଏର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ଯେତେବେଳେ ପାକିସ୍ତାନ ଏହି ଚାରୋଟି ଦଳର ତାଲିକାରେ ଶେଷ ସ୍ଥାନରେ ଅଛି। ନ୍ୟୁଜିଲ୍ୟାଣ୍ଡଠାରୁ ପ୍ରଥମ ମ୍ୟାଚ ହାରିବା ପରେ ଏବଂ ଏବେ ଟିମ ଇଣ୍ଡିଆ ଠାରୁ ହାରିବା ପରେ, ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରୁ ପ୍ରାୟ ବାହାର ହୋଇଗଲାଣି। ଏବେ ସେମିଫାଇନାଲରେ ପହଞ୍ଚିବା ପାଇଁ, ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ।
पाकिस्तानी के फैन को हम लोगों ने भारत जर्सी पहना दिया ! #INDvsPAKlive #INDvsPAK #ViratKohli???? #virat pic.twitter.com/Mx1w0Ymhy7
— ANSHUL YADAV (@Anshulydv02) February 24, 2025
The post ଭୟରେ ଇଣ୍ଡିଆ ଜର୍ସି ପିନ୍ଧି ପକାଇଲେ ପାକିସ୍ତାନୀ ପ୍ରଶଂସକ, ଭିଡିଓ ଭାଇରାଲ appeared first on Dharitri Odia News.