ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ ଭୋଗ ଦୋକାନ

ଗତକାଲି ବିଳମ୍ବିତ ରାତିରେ ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଥିବା ଏକ ଭୋଗ ଦୋକାନରେ ନିଆଁ ଲାଗିଯାଇଥିଲା।

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ ଭୋଗ ଦୋକାନ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା' ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ନିଆଁ ଲାଗିଯାଇଛି। ନିଆଁରେ ୧୦ରୁ ଅଧିକ ଭୋଗ ଲୋକ ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।  

ଗତକାଲି ବିଳମ୍ବିତ ରାତିରେ ତାରିଣୀ ମନ୍ଦିର ୨ନମ୍ବର ଗେଟ ନିକଟରେ ଥିବା ଏକ ଭୋଗ ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା।  ନିଆଁଲାଗି ୧୦ରୁ ଅଧିକ ଦୋକାନ ପୋଡ଼ି ଯାଇଥିଲା। 

ସ୍ଥାନୀୟ ଲୋକେ ଦୋକାନରେ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।  ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ରହିଛି।