ଭୟାବହ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ

ପଲାନୀ(ତାମିଲନାଡୁ),୭।୨: ଶୁକ୍ରବାର ସକାଳୁ ସକାଳୁ ତାମିଲନାଡୁ ପଲାନୀ ଜିଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାକେର୍ଟରେ ଥିବା ଏକାଧିକ ଦୋକାନରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ମାତ୍ରା ଏତେଜୋର ଥିଲା ଯେ, ଚାହୁଁଚାହୁଁ ଦୋକାନକୁ ଦୋକାନ ବ୍ୟାପି ଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଦୋକାନ ମାଲିକ ଅଭିଯୋଗ […] The post ଭୟାବହ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ appeared first on Dharitri Odia News.

ଭୟାବହ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ

ପଲାନୀ(ତାମିଲନାଡୁ),୭।୨: ଶୁକ୍ରବାର ସକାଳୁ ସକାଳୁ ତାମିଲନାଡୁ ପଲାନୀ ଜିଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ମାକେର୍ଟରେ ଥିବା ଏକାଧିକ ଦୋକାନରେ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ମାତ୍ରା ଏତେଜୋର ଥିଲା ଯେ, ଚାହୁଁଚାହୁଁ ଦୋକାନକୁ ଦୋକାନ ବ୍ୟାପି ଯାଇଥିଲା।

ଖବର ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ଏପରିକି ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 

The post ଭୟାବହ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ଏକାଧିକ ଦୋକାନ appeared first on Dharitri Odia News.