ମଇଁଷି ଖୋଜିବାକୁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ିଗଲେ
ବାଲିଗୁଡ଼ା,୨୬।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଡକର ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରତର ହୋଇଛନ୍ତି। ସେ ହେଲେ ଅଖିଳ ପ୍ରଧାନୀ (୩୫)। ଅଖିଳ ଗୁରୁବାର ଗାଁ ଜଙ୍ଗଲକୁ ମଇଁଷି ଖୋଜିବାକୁ ଯାଇଥିଲେ। ସେତିକିବେଳେ ସେ ଏକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁଟି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। କୌଶଳ କ୍ରମେ ସେ ଜୀବନ ବଞ୍ଚାଇ ଗାଁକୁ ଦୌଡ଼ି ଆସିଥିଲେ । ତାଙ୍କୁ କ୍ଷତାକ୍ତ […] The post ମଇଁଷି ଖୋଜିବାକୁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ିଗଲେ appeared first on Dharitri Odia News.
ବାଲିଗୁଡ଼ା,୨୬।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଡକର ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରତର ହୋଇଛନ୍ତି। ସେ ହେଲେ ଅଖିଳ ପ୍ରଧାନୀ (୩୫)।
ଅଖିଳ ଗୁରୁବାର ଗାଁ ଜଙ୍ଗଲକୁ ମଇଁଷି ଖୋଜିବାକୁ ଯାଇଥିଲେ। ସେତିକିବେଳେ ସେ ଏକ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। ଭାଲୁଟି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। କୌଶଳ କ୍ରମେ ସେ ଜୀବନ ବଞ୍ଚାଇ ଗାଁକୁ ଦୌଡ଼ି ଆସିଥିଲେ । ତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଦେଖି ଗାଁ ଲୋକେ କ.ନୂଆଗାଁରେ ପ୍ରାଥମିକ ଚିକିତ୍ସା କରିବା ପରେ ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।
The post ମଇଁଷି ଖୋଜିବାକୁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ିଗଲେ appeared first on Dharitri Odia News.