ମକର ପର୍ବ ଉପଲକ୍ଷେ ଚଳଚଞ୍ଚଳ ମୟୁରଭଞ୍ଜ, କୁଡୁମୀ ସମ୍ପ୍ରଦାୟ କରିବେ ଟୁସୁ ଦେବୀଙ୍କ ପୂଜା
ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତିକୁ ଧୁମଧାମରେ ପାଳୁଛନ୍ତି ଲୋକେ। ଗତକାଲି ରାତିରେ ପ୍ରସ୍ତୁତ ହୋଇଥିବା ମକର ପଲା ନିକଟରେ ବିଧି ଓ ପରମ୍ପରା ଅନୁସାରେ ମକର ମାଆଙ୍କୁ ପୂଜାର୍ଚ୍ଚନା କରାଯାଥିଲା । ପରେ ମକର ପଲାକୁ ଅଗ୍ନି ସଂଯୋଗ କରି ନାଚ ଗୀତରେ ମସଗୁଲ ହୋଇଥିଲେ ମୟୂରଭଞ୍ଜ ବାସୀ । ଏଥି ପାଇଁ ଦୋକାନ ,ବଜାର , ହାଟ ମାନଙ୍କରେ ଗଣ ପର୍ବ ମକର ନିମନ୍ତେ ମୂଖ୍ୟତଃ ଚୁଡା, ତିଳଉ , ଗୁଡ, ଫଳମୂଳ […] The post ମକର ପର୍ବ ଉପଲକ୍ଷେ ଚଳଚଞ୍ଚଳ ମୟୁରଭଞ୍ଜ, କୁଡୁମୀ ସମ୍ପ୍ରଦାୟ କରିବେ ଟୁସୁ ଦେବୀଙ୍କ ପୂଜା appeared first on KNews Odisha.

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତିକୁ ଧୁମଧାମରେ ପାଳୁଛନ୍ତି ଲୋକେ। ଗତକାଲି ରାତିରେ ପ୍ରସ୍ତୁତ ହୋଇଥିବା ମକର ପଲା ନିକଟରେ ବିଧି ଓ ପରମ୍ପରା ଅନୁସାରେ ମକର ମାଆଙ୍କୁ ପୂଜାର୍ଚ୍ଚନା କରାଯାଥିଲା । ପରେ ମକର ପଲାକୁ ଅଗ୍ନି ସଂଯୋଗ କରି ନାଚ ଗୀତରେ ମସଗୁଲ ହୋଇଥିଲେ ମୟୂରଭଞ୍ଜ ବାସୀ । ଏଥି ପାଇଁ ଦୋକାନ ,ବଜାର , ହାଟ ମାନଙ୍କରେ ଗଣ ପର୍ବ ମକର ନିମନ୍ତେ ମୂଖ୍ୟତଃ ଚୁଡା, ତିଳଉ , ଗୁଡ, ଫଳମୂଳ ଇତ୍ୟାଦି କିଣା ବିକା କରାଯାଉଥିବାର ଦେଖାଯାଇଥାଏ।
ଏହି ଉତ୍ସବରେ ଆଦିବାସୀ ମାନଙ୍କର ଆଉ ଏକ ପରମ୍ପରା ଦାମୋଦର ଯାତ୍ରା ମଧ୍ୟ ପାଳନ କରାଯାଇଥାଏ । ଏହି ଦିନ ଆଦିବାସୀ ସମ୍ପ୍ରଦାୟର ପିତୃ ପୁରୁଷଙ୍କ ଅସ୍ଥିକୁ ବିଭିନ୍ନ ନଦୀର ତ୍ରୀବେଣୀ ସଂଗମରେ ବିସର୍ଜନ କରାଯାଇଥାଏ । ସାଧାରଣ ଲୋକଙ୍କ ଘରେ ପିଠା ପଣା , ମକର ଚାଉଳ ପ୍ରସ୍ତୁତି କରାଯାଇଥାଏ । ଏହି ମକର ପର୍ବ ମୟୂରଭଞ୍ଜ ଜିଲ୍ଲାରେ ଏକ ସପ୍ତାହ ଧରି ପାଳନ କରାଯାଉଥିବା ବେଳେ ଖେଳ କୁଦ ପ୍ରତିଯୋଗିତା ହେବା ସହିତ ଆଦିବାସୀ ଏବଂ କୁଡୁମି ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ଆରାଧ୍ୟ ଦେବୀ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଶୋଭା ଯାତ୍ରା ନିଆଯାଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥାଏ ।
The post ମକର ପର୍ବ ଉପଲକ୍ଷେ ଚଳଚଞ୍ଚଳ ମୟୁରଭଞ୍ଜ, କୁଡୁମୀ ସମ୍ପ୍ରଦାୟ କରିବେ ଟୁସୁ ଦେବୀଙ୍କ ପୂଜା appeared first on KNews Odisha.