ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦୃଢୋକ୍ତି: କହିଲେ ଡରନି, କିନ୍ତୁ ଡାଇରେକ୍ଟ କଣ୍ଟାକ୍ଟ ଏଡାଅ

ଭୁବନେଶ୍ୱର ୦୯/୦୯: ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ମଙ୍କିପକ୍ସ ନେଇ ଦେଶର ଜଳ, ସ୍ଥଳ, ଆକାଶ, ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି ହୋଇଛି । ଯେହେତୁ ମଙ୍କିପକ୍ସ ବହୁଳ ମାତ୍ରାରେ ସଂକ୍ରାମକ । ଏଣୁ ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ଦେଶକୁ ବୁଲି ଆସୁଛନ୍ତି, ମଙ୍କିପକ୍ସ ଲକ୍ଷଣ ଦେଖାଯାଉଛି, ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯିବାର ବ୍ୟବସ୍ଥା ହୋଇଛି । ରବିବାର ଦିନ ଏଭଳି ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି । ଆଇସୋଲେସନ ଥିବା ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ତେବେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡା କଡ଼ି ହେଉଛି । ଭାରତରେ ଏଯାଏ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି । ଯଦି ପ୍ରଭାବିତ ଅଞ୍ଚଳରୁ କେହି ଆସନ୍ତି, ତେବେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି । ପ୍ରୋଟୋକଲ ଅନୁସାରେ ପରୀକ୍ଷା ନିରୀକ୍ଷା କରାଯାଉଛି । ପ୍ରଭାବିତ ଅଂଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଉଛି । ଏଣୁ ମଙ୍କି ପକ୍ସକୁ ନେଇ କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ । ମଙ୍କି

ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦୃଢୋକ୍ତି: କହିଲେ ଡରନି, କିନ୍ତୁ ଡାଇରେକ୍ଟ କଣ୍ଟାକ୍ଟ ଏଡାଅ

ଭୁବନେଶ୍ୱର ୦୯/୦୯: ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ମଙ୍କିପକ୍ସ ନେଇ ଦେଶର ଜଳ, ସ୍ଥଳ, ଆକାଶ, ସମସ୍ତ ଅନ୍ତର୍ଜାତୀୟ ଏଣ୍ଟ୍ରି ପଏଣ୍ଟରେ ଆଲର୍ଟ ଜାରି ହୋଇଛି । ଯେହେତୁ ମଙ୍କିପକ୍ସ ବହୁଳ ମାତ୍ରାରେ ସଂକ୍ରାମକ । 

ଏଣୁ ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ଦେଶକୁ ବୁଲି ଆସୁଛନ୍ତି, ମଙ୍କିପକ୍ସ ଲକ୍ଷଣ ଦେଖାଯାଉଛି, ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯିବାର ବ୍ୟବସ୍ଥା ହୋଇଛି । ରବିବାର ଦିନ ଏଭଳି ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି । ଆଇସୋଲେସନ ଥିବା ବ୍ୟକ୍ତିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । 

ତେବେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡା କଡ଼ି ହେଉଛି । ଭାରତରେ ଏଯାଏ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି । ଯଦି ପ୍ରଭାବିତ ଅଞ୍ଚଳରୁ କେହି ଆସନ୍ତି, ତେବେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି । ପ୍ରୋଟୋକଲ ଅନୁସାରେ ପରୀକ୍ଷା ନିରୀକ୍ଷା କରାଯାଉଛି । ପ୍ରଭାବିତ ଅଂଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଉଛି । 


ଏଣୁ ମଙ୍କି ପକ୍ସକୁ ନେଇ କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ । ମଙ୍କିପକ୍ସକୁ ଆଭଏଡ଼ କରିବାକୁ ହେଲେ ଡ଼ାଇରେକ୍ଟ କଣ୍ଟାକଟକୁ ଏଡେଇବାକୁ ହେବ । ଏ ନେଇ ପୂର୍ବରୁ WHO ରୁ ନିର୍ଦେଶନାମା ଜାରି ହୋଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟଗୁଡିକରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଟିମ ନଜର ରଖିଛି । ମଙ୍କି ପକ୍ସର ଲକ୍ଷଣ ହେଉଛି, ପ୍ରଥମେ ଜ୍ଵର ସହିତ ଘିମିରିରୁ ଆରମ୍ଭ ହୁଏ, ପରେ ପାଣି ଫୋଟକା ପରି ଶରୀରରେ ଚିହ୍ନ  ହୋଇଥାଏ । ଏମିତିକି ଏହା ନିମୋନିଆ କରିପାରେ ଓ ବ୍ରେନକୁ ବି ଧରିପାରେ ।