ମଙ୍ଗଳ କିମ୍ବା ଚନ୍ଦ୍ର ନୁହେଁ, ଏହି ଗ୍ରହରେ ହୋଇଥାଏ ସବୁଠାରୁ ଅଧିକ ଭୂମିକମ୍ପ

ନୂଆଦିଲ୍ଲୀ ୨୬।୦୩: ଅଧିକାଂଶ ଲୋକ ଭାବନ୍ତି ଭୂମିକମ୍ପ କେବଳ ପୃଥିବୀରେ ହୁଏ । ନାଁ ଆଜ୍ଞା ଅନେକ ଗ୍ରହରେ ହୋଇଥାଏ ଭୂମିକମ୍ପ  । ଏହା ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି । ଚନ୍ଦ୍ରରେ ମଧ୍ୟ ଭୂକମ୍ପ ହେଉଥିବାର କରାଯାଇଛି ରେକର୍ଡ । ଚନ୍ଦ୍ରରେ ହେଉଥିବା ଭୂମିକମ୍ପକୁ ଚନ୍ଦ୍ରଭୂମିକମ୍ପ କୁହାଯାଏ। କେବଳ ଚନ୍ଦ୍ରରେ ନୁହେଁ, ମଙ୍ଗଳ ଗ୍ରହରେ ମଧ୍ୟ ଭୂକମ୍ପ ହେଉଥିବା ନିଶ୍ଚିତ କରାଯାଇଛି । ଏହି ଗ୍ରହରେ ହେଉଥିବା ଭୂମିକମ୍ପକୁ ମାର୍ସକମ୍ପ କୁହାଯାଏ। ତେବେ ଖାସ୍ କଥା ହେଉଛି କେବଳ ଚନ୍ଦ୍ର ଏବଂ ମଙ୍ଗଳ ନୁହେଁ, ଏପରି ଏକ ଗ୍ରହ ମଧ୍ୟ ଅଛି ଯେଉଁଠାରେ ହୋଇଥାଏ ସର୍ବାଧିକ ଭୂମିକମ୍ପ । ସୌରଜଗତର ଏକମାତ୍ର ଗ୍ରହ ହେଉଛି ପୃଥିବୀ, ଯେଉଁଠାରେ ସର୍ବାଧିକ ଭୂମିକମ୍ପ ହୁଏ । ଏଠାରେ ଟେକ୍ନୋନୋଟୋନିକ୍ ପ୍ଲାଟଫର୍ମଗୁଡ଼ିକ ଅଧିକ ସକ୍ରିୟ । ପୃଥିବୀ ଭିତରେ ଥିବା ଟେକ୍ଟୋନିକ୍ ପ୍ଲେଟ ଗୁଡିକରେ ହେଉଥିବା ହଲ୍ଚଲ୍ ଭୂମିକମ୍ପର କାରଣ ହୋଇଥାଏ । ଯେତେବେଳେ ଏହି ପ୍ଲେଟ୍ ପରସ୍ପର ସହିତ ଧକ୍କା ହୁଅନ୍ତି ସେତେବେଳେ ଭୂମିକମ୍ପ ହୋଇଥାଏ । ଯେତେବେଳେ ଟେକ୍ଟୋନିକ୍ ପ୍ଲେଟ୍ ଧକ୍କା ହୁଏ ଏବଂ ଗତି କରେ, ସେତେବେଳେ ଭୂକମ୍ପୀୟ ତରଙ୍ଗ ଆକାରରେ ଶକ୍ତି ବାହାରିଥାଏ । ଏହା ହିଁ ଭୂମିକମ୍ପର କାରଣ।

ମଙ୍ଗଳ କିମ୍ବା ଚନ୍ଦ୍ର ନୁହେଁ, ଏହି ଗ୍ରହରେ ହୋଇଥାଏ ସବୁଠାରୁ ଅଧିକ ଭୂମିକମ୍ପ

ନୂଆଦିଲ୍ଲୀ ୨୬।୦୩: ଅଧିକାଂଶ ଲୋକ ଭାବନ୍ତି ଭୂମିକମ୍ପ କେବଳ ପୃଥିବୀରେ ହୁଏ । ନାଁ ଆଜ୍ଞା ଅନେକ ଗ୍ରହରେ ହୋଇଥାଏ ଭୂମିକମ୍ପ  । ଏହା ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି । ଚନ୍ଦ୍ରରେ ମଧ୍ୟ ଭୂକମ୍ପ ହେଉଥିବାର କରାଯାଇଛି ରେକର୍ଡ । ଚନ୍ଦ୍ରରେ ହେଉଥିବା ଭୂମିକମ୍ପକୁ ଚନ୍ଦ୍ରଭୂମିକମ୍ପ କୁହାଯାଏ। 

କେବଳ ଚନ୍ଦ୍ରରେ ନୁହେଁ, ମଙ୍ଗଳ ଗ୍ରହରେ ମଧ୍ୟ ଭୂକମ୍ପ ହେଉଥିବା ନିଶ୍ଚିତ କରାଯାଇଛି । ଏହି ଗ୍ରହରେ ହେଉଥିବା ଭୂମିକମ୍ପକୁ ମାର୍ସକମ୍ପ କୁହାଯାଏ। ତେବେ ଖାସ୍ କଥା ହେଉଛି କେବଳ ଚନ୍ଦ୍ର ଏବଂ ମଙ୍ଗଳ ନୁହେଁ, ଏପରି ଏକ ଗ୍ରହ ମଧ୍ୟ ଅଛି ଯେଉଁଠାରେ ହୋଇଥାଏ ସର୍ବାଧିକ ଭୂମିକମ୍ପ । ସୌରଜଗତର ଏକମାତ୍ର ଗ୍ରହ ହେଉଛି ପୃଥିବୀ, ଯେଉଁଠାରେ ସର୍ବାଧିକ ଭୂମିକମ୍ପ ହୁଏ । 

ଏଠାରେ ଟେକ୍ନୋନୋଟୋନିକ୍ ପ୍ଲାଟଫର୍ମଗୁଡ଼ିକ ଅଧିକ ସକ୍ରିୟ । ପୃଥିବୀ ଭିତରେ ଥିବା ଟେକ୍ଟୋନିକ୍ ପ୍ଲେଟ ଗୁଡିକରେ ହେଉଥିବା ହଲ୍ଚଲ୍ ଭୂମିକମ୍ପର କାରଣ ହୋଇଥାଏ । ଯେତେବେଳେ ଏହି ପ୍ଲେଟ୍ ପରସ୍ପର ସହିତ ଧକ୍କା ହୁଅନ୍ତି ସେତେବେଳେ ଭୂମିକମ୍ପ ହୋଇଥାଏ ।

 ଯେତେବେଳେ ଟେକ୍ଟୋନିକ୍ ପ୍ଲେଟ୍ ଧକ୍କା ହୁଏ ଏବଂ ଗତି କରେ, ସେତେବେଳେ ଭୂକମ୍ପୀୟ ତରଙ୍ଗ ଆକାରରେ ଶକ୍ତି ବାହାରିଥାଏ । ଏହା ହିଁ ଭୂମିକମ୍ପର କାରଣ।