ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ, ୯୪ ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ, ୬।୫: ମେ’ ୭ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ମଙ୍ଗଳବାର ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ । ୯୪ଟି ଲୋକସଭା ଆସନରେ ମୋଟ୍ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏନେଇ ପୋଲିଂ ପାର୍ଟି ମଧ୍ୟ ଧୀରେ ଧୀରେ ବୁଥ୍ ମୁହାଁ ହେଲେଣି । ମୋଟ୍ ୯୩ ଆସନରୁ ଆସାମର ୪, ବିହାରର ୫, ଛତିଶଗଡର ୭,  ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା ଓ  ନଗର ହାବେଳି ଏବଂ ଡାମନ ଓ ଡିଉର ୨ଟି ଆସନ ମତଦାନ ହେବ । ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ଓ ଗୋଆର ସମସ୍ତ ଆସନରେ  ଭୋଟ୍ ଗ୍ରହଣ ହେଉଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ମତଦାନ ଶେଷ ହେବ । ରାଜ୍ୟର ମୋଟ୍ ୨୮ ଲୋକସଭା ଆସନରୁ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୬ରେ ୧୪ଟି ଆସନରେ ମତଦାନ ହୋଇଥିଲା । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିଓ୍ବେଟ ରହିଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ  ମଧ୍ୟରେ ଅମିତ୍ ଶାହ ଗାନ୍ଧିନଗର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଜ୍ୟୋତିରାଦିତ୍ୟ  ସିନ୍ଧିଆ ଗୁନା ଆସନରୁ, ଡିମ୍ପଲ ଯାଦବ ମୈନପୁରୀରୁ, ପ୍ରହ୍ଲାଦ ଯୋଶୀ ଧରୱାଡରୁ, ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର  ବରହମପୁର ଆସନରୁ, ଶିବରାଜ ସିଂହ ଚୌହାନ ବିଦିଶାରୁ, ଦିଗ୍‌ବିଜୟ ସିଂହ ରାଜଗଢରୁ ଓ

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ, ୯୪ ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ, ୬।୫: ମେ’ ୭ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ମଙ୍ଗଳବାର ୧୦ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ । ୯୪ଟି ଲୋକସଭା ଆସନରେ ମୋଟ୍ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏନେଇ ପୋଲିଂ ପାର୍ଟି ମଧ୍ୟ ଧୀରେ ଧୀରେ ବୁଥ୍ ମୁହାଁ ହେଲେଣି । 

ମୋଟ୍ ୯୩ ଆସନରୁ ଆସାମର ୪, ବିହାରର ୫, ଛତିଶଗଡର ୭,  ଗୋଆର ୨, ଗୁଜରାଟର ୨୬, କର୍ଣ୍ଣାଟକର ୧୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୪, ଦାଦ୍ରା ଓ  ନଗର ହାବେଳି ଏବଂ ଡାମନ ଓ ଡିଉର ୨ଟି ଆସନ ମତଦାନ ହେବ । ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ଓ ଗୋଆର ସମସ୍ତ ଆସନରେ  ଭୋଟ୍ ଗ୍ରହଣ ହେଉଥିବା ବେଳେ କର୍ଣ୍ଣାଟକରେ ମଧ୍ୟ ମତଦାନ ଶେଷ ହେବ । ରାଜ୍ୟର ମୋଟ୍ ୨୮ ଲୋକସଭା ଆସନରୁ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୬ରେ ୧୪ଟି ଆସନରେ ମତଦାନ ହୋଇଥିଲା । 

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିଓ୍ବେଟ ରହିଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ  ମଧ୍ୟରେ ଅମିତ୍ ଶାହ ଗାନ୍ଧିନଗର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଜ୍ୟୋତିରାଦିତ୍ୟ  ସିନ୍ଧିଆ ଗୁନା ଆସନରୁ, ଡିମ୍ପଲ ଯାଦବ ମୈନପୁରୀରୁ, ପ୍ରହ୍ଲାଦ ଯୋଶୀ ଧରୱାଡରୁ, ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର  ବରହମପୁର ଆସନରୁ, ଶିବରାଜ ସିଂହ ଚୌହାନ ବିଦିଶାରୁ, ଦିଗ୍‌ବିଜୟ ସିଂହ ରାଜଗଢରୁ ଓ ସୁପ୍ରିୟା  ସୁଲେ ବାରାମତୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ।  

ଏହି ପର୍ଯ୍ୟାୟରେ ହେବାକୁ ଥିବା ସୁରଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ  ହୋଇଥିବାରୁ ସେଠାରେ ଭୋଟ୍ ଗ୍ରହଣ ହେବ ନାହିଁ । ସେହିଭଳି ଜମ୍ମୁ-କାଶ୍ମୀରର ଅନନ୍ତନାଗ-ରାଜୌରୀ ଲୋକସଭା ଆସନରେ ମତଦାନକୁ ନିର୍ବାଚନ କମିଶନ ୨୫କୁ ଘୁଞ୍ଚାଇ ଦେଇଛନ୍ତି ।