ମଙ୍ଗଳବାର ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ

ଭୁବନେଶ୍ୱର, ୧୨।୨(ଅସମାପିକା ସାହୁ): ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ର଼୍ୟାଙ୍କିଙ୍ଗ ପ୍ରକାଶ କରିବେ। ରାଜ୍ୟର ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଜିଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ (ଏଚ୍‌ଏମ୍‌ଆଇଏସ୍‌) ବେଞ୍ଚ୍‌ ମାର୍କ ଅନୁସାରେ ରୋଗୀସେବା, ରୋଗୀ ସନ୍ତୁଷ୍ଟିକରଣ, ବେଡ୍‌ ଆକ୍ୟୁପାନ୍ସି, ସର୍ଜରି ସୁବିଧା, ଗୁଣବତ୍ତା ପରି ୩୨ଟି ବର୍ଗରେ ବିଭିନ୍ନ ମାନଦଣ୍ଡ ଆଧାରରେ […] The post ମଙ୍ଗଳବାର ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ appeared first on Dharitri Odia News.

ମଙ୍ଗଳବାର ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ

ଭୁବନେଶ୍ୱର, ୧୨।୨(ଅସମାପିକା ସାହୁ): ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ର଼୍ୟାଙ୍କିଙ୍ଗ ପ୍ରକାଶ କରିବେ। ରାଜ୍ୟର ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଜିଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ (ଏଚ୍‌ଏମ୍‌ଆଇଏସ୍‌) ବେଞ୍ଚ୍‌ ମାର୍କ ଅନୁସାରେ ରୋଗୀସେବା, ରୋଗୀ ସନ୍ତୁଷ୍ଟିକରଣ, ବେଡ୍‌ ଆକ୍ୟୁପାନ୍ସି, ସର୍ଜରି ସୁବିଧା, ଗୁଣବତ୍ତା ପରି ୩୨ଟି ବର୍ଗରେ ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ର଼୍ୟାଙ୍କିଙ୍ଗ ପ୍ରସ୍ତୁତ ହୋଇଛି। ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ବର୍ଷ ପାଇଁ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ସେହିପରି ସ୍ବାସ୍ଥ୍ୟସେବାରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିବ। ମଙ୍ଗଳବାର ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିବେ। ଏହି କ୍ରମରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କୁ ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। କୋଭିଡ୍‌ ସମୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଥିବା ଡାକ୍ତର, ନର୍ସ, ଲାବ୍‌ ଟେକ୍ନିସିଆନ, ହସ୍ପିଟାଲ ସମେତ ବିଭିନ୍ନ ବର୍ଗରେ ମୋଟ ୧୫୩ଟି ପୁରସ୍କାର ଦିଆଯିବ। ଏହା ପରଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

The post ମଙ୍ଗଳବାର ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ appeared first on Dharitri Odia News.