ମଙ୍ଗଳବାର ରାଶିଫଳ (୦୬-୦୮-୨୦୨୪)
ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ପରିବାର ଲୋକଙ୍କ ସହ ହସଖୁସିରେ ସମୟ ଅତିବାହିତ କରିେବ। ଘରକୁ ଅତିଥିଙ୍କ ଆଗମନ ହେବ। ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ହେବ। ନିବେଶ […]

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ପରିବାର ଲୋକଙ୍କ ସହ ହସଖୁସିରେ ସମୟ ଅତିବାହିତ କରିେବ। ଘରକୁ ଅତିଥିଙ୍କ ଆଗମନ ହେବ।
ବୃଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ଅବିବାହିତଙ୍କ ବିବାହ ସ୍ଥିର ହେବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିପାରନ୍ତି।
ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ପ୍ରେମ ଜୀବନ ସୁଖମୟ ହେବ। ନିବେଶ କରିବା ପାଇଁ ଭଲ ସମୟ। ବ୍ୟବସାୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ।
କର୍କଟ : ଗୁରୁଜନମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ। ପଡ଼ୋଶୀଙ୍କ ସହ ବିବାଦ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ନୂଆ ବ୍ୟବସାୟ ପାଇଁ ଟଙ୍କା ଯୋଗାଡ଼ କରିେବ।
ସିଂହ: ଚାକିରିରେ ପରିବର୍ତ୍ତନ ଆସିବ। ଅଫିସ୍ର କୌଣସି ନୂଆ ଦାୟିତ୍ବ ତୁଲାଇପାରନ୍ତି। ବ୍ୟବସାୟ ସମ୍ବନ୍ଧିତ ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ।
କନ୍ୟା: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ଅଟକି ରହିଥିବା ଧନ ଆଗମନ ହେବ। କୌଣସି ନୂଆ ଲୋକଙ୍କ ସହ ସାକ୍ଷାତ କରିବେ। ଦୀର୍ଘ ଦିନରୁ ଅଟକିଥିବା କାମ ଶେଷ କରିେବ।
ତୁଳା: ପ୍ରେମିକଙ୍କୁ ନିଜ ମନକଥା କହିବେ। ବନ୍ଧୁଙ୍କ ସହ କୌଣସି ନୂଆ କାର୍ଯ୍ୟର ଯୋଜନା କରିବେ। ବାପାମାଆଙ୍କ ସହଯୋଗରେ କିଛି ନୂଆ ଦାୟିତ୍ବ ଗ୍ରହଣ କରିବେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।
ବିଛା: ନୂଆ ଚାକିରି ପାଇଁ ଉତ୍ସାହିତ ରହିବେ। କ୍ରୀଡ଼ାବିତ୍ଙ୍କୁ ସଫଳତା ପ୍ରାପ୍ତି ହେବ। ଛାତ୍ରଛାତ୍ରୀଙ୍କର ନୂଆ ବିଷୟ ପ୍ରତି ରୁଚି ବଢ଼ିବ। ରାଜନେତାଙ୍କ ପାଇଁ ସମୟ ଭଲ ନୁହେଁ। ମାପିଚୁପି କଥା କହିବା ଭଲ।
ଧନୁ: ବ୍ୟାଙ୍କ ଓ ଆଇଟିରେ ସଫଳତା ମିଳିବ। ବ୍ୟବସାୟକୁ ବିସ୍ତାର କରିବେ ଏବଂ ଏହାକୁ ନେଇ କୌଣସି ନୂଆ ସମସ୍ୟା ସୃଷ୍ଟି ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
ମକର: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରି ପ୍ରଶଂସିତ ହୋଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ। ପୂଜାପାଠରେ ସାମିଲ ହେବେ। ସୃଜନାତ୍ମକ କାମ ପ୍ରତି ଆଗ୍ରହ ବଢ଼ିବ।
କୁମ୍ଭ: ବ୍ୟବସାୟିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବେ। ଉଚ୍ଚଶିକ୍ଷା ପାଇଁ ଉତ୍ତମ ସମୟ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ଜାଗାବାଡ଼ି କିଣିବେ।
ମୀନ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। ରାଜନୀତିରେ ସଫଳତା ମିଳିବ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।