ମଙ୍ଗଳବାର ଲୋକସଭାରେ ଆଗତ ହେବ ‘ଏକ ଦେଶ, ଏକ ନିର୍ବାଚନ’ ବିଧେୟକ
ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ସହ ଜଡିତ ବହୁପ୍ରତିକ୍ଷୀତ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ କରାଯିବ । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି । ସୂଚନା ଅନୁସାରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏକ ଦେଶ ଏକ ନିର୍ବାଚନ ବିଲ୍ ଆଗତ କରିବେ । ଏହା ପୂର୍ବରୁ ଡିସେମ୍ୱର ୧୬ର କାର୍ଯ୍ୟସୂଚୀରେ ଏହାକୁ ସାମିଲ କରାଯାଇଥିଲା, କିନ୍ତୁ ବିଲ୍ ଉପସ୍ଥାପନ ହେଲା ନାହିଁ । ସରକାର ପୂର୍ବରୁ ବିଧେୟକର ପ୍ରତିଲିପି ସମସ୍ତ ସାଂସଦ ଅଧ୍ୟୟନ ପାଇଁ ଦେଇସାରିଛନ୍ତି ।ସୂଚନା ଅନୁସାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଙ୍ଗଳବାର ସଂସଦର ନିମ୍ନ ସଦନରେ ସମ୍ୱିଧାନର (୧୨୯ତମ) ବିଧେୟକ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଆଇନ (ସଂଶୋଧନ) ବିଧେୟକ ଉପସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକାସଙ୍ଗରେ କରିବା ପାଇଁ ସାମ୍ୱିଧାନିକ ସଂଶୋଧନ ବିଧେୟକୁ ଡିସେମ୍ୱର ୧୨ରେ ମଞ୍ଜୁରି ଦେଇଥିଲେ ।କେନ୍ଦ୍ର ମନ୍ତ୍ରିମଣ୍ଡଳ ଦୁଇ ପ୍ରସ୍ତାବିତ ବିଲକୁ ମଞ୍ଜୁରି ଦେଇସାରିଛି । ସମ୍ୱିଧାନ ସଂଶୋଧନ ବିଧେୟକ ପାରିତ କରିବା ପାଇଁ ଦୁଇ-ତୃତୀୟାଂଶ ସମର୍ଥନ ଦରକାର ଥିବା ବେଳେ ଦ୍ୱିତୀୟ ବିଧେୟକଙ୍କ ପାଇଁ ଗୃହରେ ସାଧାରଣ ବହୁମତ ଦରକାର ପଡ଼ିବ । ଉଲ୍ଲେଖଯୋଗ୍ୟ ଯେ ସଂସଦର ଶୀଳକାଳୀନ ଅଧିବେଶନ ଡିସେମ୍ୱର ୨୦ରେ ଶେଷ ହେବ । ଯଦି ଏହି ବିଧ
ନୂଆଦିଲ୍ଲୀ: ଏକ ଦେଶ ଏକ ନିର୍ବାଚନ ସହ ଜଡିତ ବହୁପ୍ରତିକ୍ଷୀତ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ କରାଯିବ । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି । ସୂଚନା ଅନୁସାରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏକ ଦେଶ ଏକ ନିର୍ବାଚନ ବିଲ୍ ଆଗତ କରିବେ । ଏହା ପୂର୍ବରୁ ଡିସେମ୍ୱର ୧୬ର କାର୍ଯ୍ୟସୂଚୀରେ ଏହାକୁ ସାମିଲ କରାଯାଇଥିଲା, କିନ୍ତୁ ବିଲ୍ ଉପସ୍ଥାପନ ହେଲା ନାହିଁ । ସରକାର ପୂର୍ବରୁ ବିଧେୟକର ପ୍ରତିଲିପି ସମସ୍ତ ସାଂସଦ ଅଧ୍ୟୟନ ପାଇଁ ଦେଇସାରିଛନ୍ତି ।
ସୂଚନା ଅନୁସାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଙ୍ଗଳବାର ସଂସଦର ନିମ୍ନ ସଦନରେ ସମ୍ୱିଧାନର (୧୨୯ତମ) ବିଧେୟକ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଆଇନ (ସଂଶୋଧନ) ବିଧେୟକ ଉପସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକାସଙ୍ଗରେ କରିବା ପାଇଁ ସାମ୍ୱିଧାନିକ ସଂଶୋଧନ ବିଧେୟକୁ ଡିସେମ୍ୱର ୧୨ରେ ମଞ୍ଜୁରି ଦେଇଥିଲେ ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ଦୁଇ ପ୍ରସ୍ତାବିତ ବିଲକୁ ମଞ୍ଜୁରି ଦେଇସାରିଛି । ସମ୍ୱିଧାନ ସଂଶୋଧନ ବିଧେୟକ ପାରିତ କରିବା ପାଇଁ ଦୁଇ-ତୃତୀୟାଂଶ ସମର୍ଥନ ଦରକାର ଥିବା ବେଳେ ଦ୍ୱିତୀୟ ବିଧେୟକଙ୍କ ପାଇଁ ଗୃହରେ ସାଧାରଣ ବହୁମତ ଦରକାର ପଡ଼ିବ । ଉଲ୍ଲେଖଯୋଗ୍ୟ ଯେ ସଂସଦର ଶୀଳକାଳୀନ ଅଧିବେଶନ ଡିସେମ୍ୱର ୨୦ରେ ଶେଷ ହେବ । ଯଦି ଏହି ବିଧେୟକ ଡିସେମ୍ୱର ୧୭ରେ ଆଗତ କରାନଯାଏ ତେବେ ସରକାରଙ୍କ ପାଖରେ କେବଳ ତିନି କାର୍ଯ୍ୟ ଦିବସ ରହିବ ।