ମଙ୍ଗଳବାରଠୁ ସକାଳୁଆ ସ୍କୁଲ୍, ୭ ଟାରୁ ୧୧ ଟା ୩୦ ଯାଏଁ ପାଠପଢା

ଭୁବନେଶ୍ୱର ୦୨।୦୪: ଆଜିଠାରୁ ସକାଳୁଆ ସ୍କୁଲ୍‍ । ଅଙ୍ଗନବାଡ଼ି ଗୁଡ଼ିକ ମଧ୍ୟ ସକାଳୁଆ ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଅନୁଷ୍ଠିତ ହେବ। ତେବେ ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ପାଣିପାଗ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ନିଷ୍ପତ୍ତି ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମେ’ ୬ରୁ ଗ୍ରୀଷ୍ମ ଛୁଟି ଦିଆଯିବ। ଜୁନ୍ ୧୬ରେ ପୁଣିଥରେ ସ୍କୁଲ ଖୋଲିବ ।   

ମଙ୍ଗଳବାରଠୁ ସକାଳୁଆ ସ୍କୁଲ୍, ୭ ଟାରୁ ୧୧ ଟା ୩୦ ଯାଏଁ ପାଠପଢା

ଭୁବନେଶ୍ୱର ୦୨।୦୪: ଆଜିଠାରୁ ସକାଳୁଆ ସ୍କୁଲ୍‍ । ଅଙ୍ଗନବାଡ଼ି ଗୁଡ଼ିକ ମଧ୍ୟ ସକାଳୁଆ ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଅନୁଷ୍ଠିତ ହେବ। 

ତେବେ ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ। ପାଣିପାଗ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ନିଷ୍ପତ୍ତି ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମେ’ ୬ରୁ ଗ୍ରୀଷ୍ମ ଛୁଟି ଦିଆଯିବ। ଜୁନ୍ ୧୬ରେ ପୁଣିଥରେ ସ୍କୁଲ ଖୋଲିବ ।