ମଝି ଆକାଶରେ ଦୁଇ ନୌସେନା ହେଲିକପ୍ଟର କ୍ରାସ୍; ୧୦ ମୃତ

ନୌସେନା ପରେଡ୍ ପାଇଁ ଅଭ୍ୟାସ ବେଳେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ୧୦ ଜଣଙ୍କ ଜୀବନ ଯାଇଛି।

ମଝି ଆକାଶରେ ଦୁଇ ନୌସେନା ହେଲିକପ୍ଟର କ୍ରାସ୍; ୧୦ ମୃତ

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ୨ ନୌସେନା ବିମାନ। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମାଲେସିଆର ଲୁମୁଟ ନାଭାଲ ବେସ୍‌ରେ ମଝି ଆକାଶରେ ଏହି ଦୁର୍ଘଟଣା ଘଟିଛି। ଯାହାର ଭିଡିଓ ମଧ୍ୟ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ନୌସେନା ପରେଡ୍ ପାଇଁ ଅଭ୍ୟାସ ବେଳେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ପରେ  ୧୦ ଜଣଙ୍କ ଜୀବନ ଯାଇଛି। ସକାଳ ୯ଟା ୩୨ ମିନିଟ୍‌ରେ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ ମାଲେସିଆର ଲୁମୁଟ ନାଭାଲ ବେସ୍‌ରେ ନୌସେନା ପରେଡ୍‌ ଅଭ୍ୟାସ ଚାଲିଥିଲା। ଏକାସାଙ୍ଗରେ ୧୦ ରୁ ଅଧିକ ହେଲିକପ୍ଟର ବେସ୍‌ରୁ ବାହାରିଥିଲେ।

ଅଧିକ ପଢ଼ନ୍ତୁ: ଘର ଆଗରେ ବସି ଗପସପ ହେଉଥିଲେ, ହଠାତ ଭୁଶୁଡ଼ିଲା କାନ୍ଥ, ଦେଖନ୍ତୁ ଭିଡିଓ...

ସୂଚନା ଅନୁସାରେ ମଙ୍ଗଳବାର ମାଲେସିଆର ଲୁମୁଟରେ ରୟାଲ ନେଭି ସମରାଭ୍ୟାସ କରୁଥିଲା । ଏହି ସମୟରେ ମଝି ଆକଶରେ ସେନାର ଗୋଟିଏ ହେଲିକପ୍ଟର ଅନ୍ୟ ଏକ ହେଲିକପ୍ଟରକୁ ଧକ୍କା ଦେଇଥିଲା । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ମଝି ଆକଶରେ କ୍ରାସ୍‌ ହୋଇଥିବା ଦୁଇ ହେଲିକପ୍ଟର ମଧ୍ୟରୁ ଗୋଟିଏ Fennec(M-502-6) ଥିବାବେଳେ ଅନ୍ୟଟି HOM (M503-3) ହେଲିକପ୍ଟର ଥିଲା ।

ତେବେ ମଝି ଆକାଶରେ ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ପରେ ମାଲେସିଆ ନୌସେନା ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଆସନ୍ତା ମେ’ ୫ରେ ହେବାକୁ ଥିବା ନୌ ସେନାର ୯୦ ତମ ପ୍ରତିଷ୍ଠା ଦିବସ ପାଇଁ ଏହି ଦୁଇ ହେଲିକପ୍ଟର ପରେଡ୍‌ ରିହର୍ସଲ କରୁଥିଲେ । ଏହି ସମୟରେ ଗୋଟିଏ ହେଲିକପ୍ଟର ଅନ୍ୟ ଏକ ହେଲିକପ୍ଟରକୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଥିଲେ । ତେବେ କେଉଁ କାରଣରୁ ମଝି ଆକଶରେ ଏତେ ବଡ଼ ଦୁର୍ଘଟଣା ଘଟିଲା ତା’ର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି ।