ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର
ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ଭୁବନେଶ୍ୱରର ହୃଦ୍ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ରବିବାର ସକାଳେ ନୂଆଦିଲ୍ଲୀରୁ ପୁନେ ଅଭିମୁଖେ ଯାଉଥିବା ସମୟରେ ଜନୈକ ମହିଳା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହା ଦେଖି ବିମାନ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ୟାବିନ୍ କ୍ରୁମାନେ ଜରୁରୀକାଳୀନ ମେଡିକାଲ ପରିସ୍ଥିତି କାରଣରୁ ବିମାନରେ ଥିବା କୌଣସି […] The post ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର appeared first on KNews Odisha.

ଭୁବନେଶ୍ୱର : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମ୍ସ) ଭୁବନେଶ୍ୱରର ହୃଦ୍ରୋଗ ବିଶେଷଜ୍ଞ ଡା ଅଶୋକ କୁମାର ବଡ଼ମାଳି ମଝି ଆକାଶରେ ବଞ୍ଚାଇଛନ୍ତି ଜଣେ ମହିଳାଙ୍କ ଜୀବନ। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ରବିବାର ସକାଳେ ନୂଆଦିଲ୍ଲୀରୁ ପୁନେ ଅଭିମୁଖେ ଯାଉଥିବା ସମୟରେ ଜନୈକ ମହିଳା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।
ଏହା ଦେଖି ବିମାନ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ୟାବିନ୍ କ୍ରୁମାନେ ଜରୁରୀକାଳୀନ ମେଡିକାଲ ପରିସ୍ଥିତି କାରଣରୁ ବିମାନରେ ଥିବା କୌଣସି ପାରାମେଡିକ୍ କିମ୍ବା ନର୍ସିଂ କର୍ମଚାରୀଙ୍କ ସହାୟତା ପାଇଁ ଜରୁରୀ ଘୋଷଣା କରିଥିଲେ। ଉକ୍ତ ବିମାନରେ କିମ୍ସ ଡାକ୍ତର ବଡ଼ମାଳି ପୁନେ ଯାଉଥିଲେ। ଏହା ଜାଣିବା ପରେ ଡା. ବଳମାଳି ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। କ୍ରୁଙ୍କ ସହାୟତାରେ ମହିଳାଙ୍କୁ ବିମାନର ଫ୍ଲୋରକୁ ସ୍ଥାନାନ୍ତର କରାଯାଇଥିଲା। ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ସେ ଦ୍ରୁତ କ୍ୟାରୋଟିଡ୍ ପଲ୍ସ ସହିତ ଆଗୋନାଲ ଶ୍ୱାସକ୍ରିୟା ପ୍ରଦର୍ଶନ କରାଉଥିବା ଡାକ୍ତର ବଡ଼ମାଳି ଜାଣିପାରିଥିଲେ।
ହୃଦ୍ରୋଗରେ ନିଜର ଦକ୍ଷତାକୁ ଉପଯୋଗ କରି ସେ ମହିଳାଙ୍କୁ କ୍ୟାରୋଟିଡ୍ ମାଲିସ୍ କରିଥିଲେ। ଏହା ମହିଳାଙ୍କ ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ବିମାନଟି ପୁନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପର୍ଯ୍ୟନ୍ତ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା।
ଏଭଳି ସମୟୋପଯୋଗୀ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନିମନ୍ତେ ମହିଳା ଜଣକ ଡା. ବଡ଼ମାଳିଙ୍କ ସମେତ ବିମାନର ପାଇଲଟ ଶ୍ରୀ ରାହୁଲ, କ୍ରୁ ମେମ୍ବର ସୌରଭ ଏବଂ ମିସ୍ ପୂଜାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଡା ବଡ଼ମାଳିଙ୍କ ଏହି କାର୍ଯ୍ୟକୁ କିଟ୍, କିସ୍ ଏବଂ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଶଂସା କରିଛନ୍ତି।
The post ମଝି ଆକାଶରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ କିମ୍ସ ଡାକ୍ତର appeared first on KNews Odisha.