ମଝି ଆକାଶରେ ଫେଲ୍‌ ହେଲା ବିମାନର ଇଞ୍ଜିନ୍‌, ଅଳ୍ପକେ ବର୍ତ୍ତିଲେ ୧୬୦ ଯାତ୍ରୀ

ବର୍ତ୍ତମାନ ଫ୍ଲାଇଟ୍‌ କୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । ନିକଟରେ ଫ୍ଲାଇଟ ବିଳମ୍ବ ହେବାରୁ ଯାତ୍ରୀମାନେ ରନେଓ୍ଵରେ ବସି ଖାଦ୍ୟ ଖାଇଥିବା ଖବର ସାମ୍ନାକୁ ଆସିଥିଲା ସେହିପରି ଫ୍ଲାଇଟ ବିଳମ୍ବକୁ ନେଇ ଜଣେ ଯାତ୍ରୀ ପାଇଲଟଙ୍କୁ ଚାପୁଡ଼ା ମରିଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ ଆଉ ଏକ ବିମାନ ସମ୍ବନ୍ଧୀୟ ଖବର ଜଣାଇବାକୁ ଯାଉଛୁ । ଜୟପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ […] The post ମଝି ଆକାଶରେ ଫେଲ୍‌ ହେଲା ବିମାନର ଇଞ୍ଜିନ୍‌, ଅଳ୍ପକେ ବର୍ତ୍ତିଲେ ୧୬୦ ଯାତ୍ରୀ appeared first on KNews Odisha.

ମଝି ଆକାଶରେ ଫେଲ୍‌ ହେଲା ବିମାନର ଇଞ୍ଜିନ୍‌, ଅଳ୍ପକେ ବର୍ତ୍ତିଲେ ୧୬୦ ଯାତ୍ରୀ
indigo

ବର୍ତ୍ତମାନ ଫ୍ଲାଇଟ୍‌ କୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । ନିକଟରେ ଫ୍ଲାଇଟ ବିଳମ୍ବ ହେବାରୁ ଯାତ୍ରୀମାନେ ରନେଓ୍ଵରେ ବସି ଖାଦ୍ୟ ଖାଇଥିବା ଖବର ସାମ୍ନାକୁ ଆସିଥିଲା ସେହିପରି ଫ୍ଲାଇଟ ବିଳମ୍ବକୁ ନେଇ ଜଣେ ଯାତ୍ରୀ ପାଇଲଟଙ୍କୁ ଚାପୁଡ଼ା ମରିଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ଆଜି ଆମେ ଆପଣଙ୍କୁ ଆଉ ଏକ ବିମାନ ସମ୍ବନ୍ଧୀୟ ଖବର ଜଣାଇବାକୁ ଯାଉଛୁ ।

ଜୟପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି । କୁହାଯାଉଛି ଯେ ଇଣ୍ଡିଗୋ ଫ୍ଲାଇଟ୍ 6E-784 ଉଡ଼ାଣ ଭରିବା ପରେ ଇଞ୍ଜିନ୍ ଖରାପ ହୋଇଥିବା ବିମାନ କର୍ମଚାରୀ ଜାଣିବାକୁ ପାଇଥିଲେ । ତେଣୁ ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ରିପୋର୍ଟ ଅନୁଯାୟୀ ବିମାନରେ ୧୬୦ ଜଣ ଯାତ୍ରୀ ଥିଲେ ।

ଇଣ୍ଡିଗୋ ବିମାନ ନମ୍ବର 6E-784 ଜୟପୁରରୁ କୋଲକାତା କୁ ସଂନ୍ଧ୍ୟା ୬.୧୫ ରେ ଉଡ଼ାଣ ଭରେ । କିନ୍ତୁ ସୋମବାର ସନ୍ଧ୍ୟାରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଏବଂ ଏହି ବିମାନଟି ଜୟପୁରରୁ ରାତି ୮.୨୫ ରେ ଉଡ଼ାଣ ଭରିଥିଲା । ଟେକ୍ ଅଫ୍ କରିବାର କିଛି ସମୟ ପରେ ଏହାର ଇଞ୍ଜିନ୍ ଖରାପ ହୋଇଥିଲା ଏବଂ ବିମାନକୁ ଜୟପୁର ବିମାନ ବନ୍ଦରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ।

ଜୟପୁରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ 6E784 ଟେକନିକାଲ ସମସ୍ୟା ପାଇଁ ଜୟପୁରକୁ ଫେରିଯାଇଥିଲା । ପାଇଲଟ୍ ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମକୁ ଫୋଲୋ କରି ବିମାନକୁ ଜୟପୁରରେ ଲ୍ୟାଣ୍ଡିଂ କରିଥିବା ସୂଚନା ମିଳିଛି । ଯାତ୍ରୀମାନଙ୍କ ପାଇଁ ଅନ୍ୟ ବିମାନର ସୁବିଧା କରାଯାଇଥିଲା । ଯାଞ୍ଚ ଏବଂ ମରାମତି ପାଇଁ ଉକ୍ତ ବିମାନକୁ ଜୟପୁରରେ ରଖାଯାଇଛି । ଯାତ୍ରୀଙ୍କ ଅସୁବିଧା ପାଇଁ ଏୟାରଲାଇନ୍ସ ଦୁଃଖ ପ୍ରକାଶ କରିଛି ।
ଗୋଟିଏ ପଟେ ଇଣ୍ଡିଗୋ ବିମାନ ନମ୍ବର 6E-784 ର ଯାତ୍ରୀମାନେ ଇଞ୍ଜିନ ଖରାପ ଯୋଗୁଁ ଅସୁବିଧାରେ ପଡ଼ିଥିବା ବେଳେ ଅନ୍ୟପଟେ ଜୟପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ପାଇସଜେଟ୍ ବିମାନର ଯାତ୍ରୀମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି ।
ଫ୍ଲାଇଟ୍‌ ନମ୍ବର SG-2342 ଜୟପୁରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା କିନ୍ତୁ ୨ ଘଣ୍ଟା ଧରି ଆକାଶରେ ରହିବା ପରେ ବିମାନଟି ଜୟପୁରକୁ ଫେରି ଆସିଥିଲା । ଏହାର କାରଣ ହେଉଛି ଘନ କୁହୁଡ଼ି ଯୋଗୁଁ ବିମାନଟି ଦିଲ୍ଲୀରେ ଲ୍ୟାଣ୍ଡିଂ କରି ପାରି ନଥିଲା । ପ୍ରାୟ ଏକ ଘଣ୍ଟା ଧରି ହୋଲ୍ଡରେ ରହିବା ପରେ ବିମାନଟି ଜୟପୁରକୁ ଫେରି ଆସିଥିଲା।

ବିମାନ ସହ ଜଡ଼ିତ ଏଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । ଏହାର ମୁଖ୍ୟ କାରଣ ହେଉଛି ଘନ କୁହୁଡ଼ି । ଘନ କୁହୁଡ଼ି ଯୋଗୁଁ ପାଇଲଟଙ୍କୁ ଏୟାରପୋର୍ଟ ଦେଖାଯାଉ ନାହିଁ ଏବଂ ସେମାନେ ଲ୍ୟାଣ୍ଡିଂ କରିବାରେ ଅସମର୍ଥ ହେଉଛନ୍ତି । ତେବେ ଇଣ୍ଡିଗୋ ଫ୍ଲାଇଟରେ ଏମିତି ଇଞ୍ଜିନ୍‌ ଖରାପକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

The post ମଝି ଆକାଶରେ ଫେଲ୍‌ ହେଲା ବିମାନର ଇଞ୍ଜିନ୍‌, ଅଳ୍ପକେ ବର୍ତ୍ତିଲେ ୧୬୦ ଯାତ୍ରୀ appeared first on KNews Odisha.