ମଝି ରାସ୍ତାରେ ଦୁଇ ବାଇକ୍‌ ପିଟି ହେଲେ

ଲୋକେ ୩ ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ମଝି ରାସ୍ତାରେ ଦୁଇ ବାଇକ୍‌ ପିଟି ହେଲେ

ମଝି ରାସ୍ତାରେ ଦୁଇ ବାଇକ୍‌ ପିଟି ହେଲେ। ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ଘଟିଛି।

ବେଲପଡା ଥାନା କଟାପାଳି ଗାଁର ବିଶ୍ୱ ପରୁଆ ଓ ପ୍ରଦୀପ ପରୁଆ ବାଇକ୍‌ରେ କୌଣସି କାମରେ ଯାଇଥିଲେ। ଅପରାହ୍ନରେ ସେମାନେ କାମ ସାରି ଘରକୁ ଫେରୁଥିଲେ। ତେବେ ମଣ୍ଡଳ-ତେନ୍ତୁଳିମୁଣ୍ଡା ରାସ୍ତାର ଜାମଖାରି ଛକ ନିକଟରେ ସମ୍ମୁଖରୁ ଆସୁଥିବା ଭୁଲିଆବନ୍ଧ ଗାଁର ସଇନେଶ ବାରଲେବିଡ଼ିଆ ଓ ଇଶ୍ୱର ବାରଲେବିଡ଼ିଆଙ୍କ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବିଶ୍ୱ ପରୁଆଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ୩ ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ