ମଞ୍ଚ ଉପରେ ପଡିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ

କାନପୁର,୨୭।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରର ମନ୍ତ୍ରୀ ସଞ୍ଜୟ ନିଶାଦ ଆଜି ତାଙ୍କ ସ୍ତ୍ରୀଙ୍କ ସହିତ ନିଶାଦ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କାନପୁରରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀଙ୍କ ସ୍ତ୍ରୀ ମାଳତି ନିଶାଦ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ମଞ୍ଚ ଉପରେ ମାଲ୍ୟାର୍ପଣ କରିବା ସମୟରେ ହଠାତ୍‌ ମନ୍ତ୍ରୀ ସଞ୍ଜୟ ନିଶାଦଙ୍କ ସ୍ତ୍ରୀ ମଞ୍ଚ ଉପରେ ପଡ଼ିଯାଇଥିଲେ। ସେ ମଞ୍ଚ ଉପରେ ପଡ଼ିବା ମାତ୍ରେ ମଞ୍ଚରେ ହୋହଲ୍ଲା ଦେଖାଦେଇଥିଲା। ମାଳତି ଯନ୍ତ୍ରଣାରେ […] The post ମଞ୍ଚ ଉପରେ ପଡିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ appeared first on Dharitri Odia News.

ମଞ୍ଚ ଉପରେ ପଡିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ

କାନପୁର,୨୭।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରର ମନ୍ତ୍ରୀ ସଞ୍ଜୟ ନିଶାଦ ଆଜି ତାଙ୍କ ସ୍ତ୍ରୀଙ୍କ ସହିତ ନିଶାଦ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କାନପୁରରେ ପହଞ୍ଚିଥିଲେ। ତାଙ୍କ ସହ ମନ୍ତ୍ରୀଙ୍କ ସ୍ତ୍ରୀ ମାଳତି ନିଶାଦ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ମଞ୍ଚ ଉପରେ ମାଲ୍ୟାର୍ପଣ କରିବା ସମୟରେ ହଠାତ୍‌ ମନ୍ତ୍ରୀ ସଞ୍ଜୟ ନିଶାଦଙ୍କ ସ୍ତ୍ରୀ ମଞ୍ଚ ଉପରେ ପଡ଼ିଯାଇଥିଲେ।

ସେ ମଞ୍ଚ ଉପରେ ପଡ଼ିବା ମାତ୍ରେ ମଞ୍ଚରେ ହୋହଲ୍ଲା ଦେଖାଦେଇଥିଲା। ମାଳତି ଯନ୍ତ୍ରଣାରେ କାନ୍ଦି ପକାଇଲେ। ଏହା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ଚେତାଶୂନ୍ୟ ହୋଇଗଲେ। ତୁରନ୍ତ ତାଙ୍କୁ କାନପୁରର କାର୍ଡିଓଲୋଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।
ହସ୍ପିଟାଲର ନିର୍ଦ୍ଦେଶକ, ସିନିୟର ହାର୍ଟ ସର୍ଜନ କାର୍ଡିଓଲୋଜି ଡକ୍ଟର ରାକେଶ କୁମାର ବର୍ମା କହିଛନ୍ତି ଯେ ସଞ୍ଜୟ ନିଶାଦଙ୍କ ପତ୍ନୀଙ୍କ ସମସ୍ତ ପରୀକ୍ଷା କରାଯାଇଛି। ସମସ୍ତ ପରୀକ୍ଷା ହୃଦୟ ସମ୍ବନ୍ଧୀୟ ଏବଂ ତାଙ୍କର ଛାତିରେ ଅଣ-ର୍ନିଦ୍ଦିଷ୍ଟ ଯନ୍ତ୍ରଣା ଅଛି। ସୁଗାର ବଢି ଯାଇଛି।

The post ମଞ୍ଚ ଉପରେ ପଡିଗଲେ ମନ୍ତ୍ରୀଙ୍କ ସ୍ତ୍ରୀ appeared first on Dharitri Odia News.