ମଞ୍ଚା ବାନ୍ଧି ଲୁଚିଥିଲେ ଲୁଟେରା : ଧରା ପଡିଗଲେ ୩, ଖସିଗଲେ ୨

ଭଦ୍ରକ ୨୪।୮: ଭଦ୍ରକ ଜିଲ୍ଲାର ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଥିବା ଏକ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ତିହିଡ଼ି ପୋଲିସ ଗିରଫ କରିଛି । ଅନ୍ୟ ଦୁଇ ଜଣ ଫେରାର ଥ‌ିବା ସୂଚନା ମିଳିଛି ।  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଚାନ୍ଦବାଲି ଏସଡିପିଓ କାର୍ତ୍ତିକଚନ୍ଦ୍ର ମଲିକ । ଗିରଫ ଅଭିଯୁକ୍ତ ମାନେ ହେଲେ ରାଢ଼ଙ୍ଗ ଗ୍ରାମର ପରମେଶ୍ଵର, ସେରପୁର ଗ୍ରାମର ବଳରାମ ଜେନା ଓ ଗଗନ ବିହାରୀ । ସେମାନଙ୍କ ନିକଟରୁ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି । ଚୋରିରେ ବ୍ୟବହୃତ ଏକ ଲାଲ ରଙ୍ଗର ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ତିହିଡ଼ି ଥାନା ତାଳପଦା ମହିଳା ମହାସଂଘ କାର୍ଯ୍ୟାଳୟରୁ ଫ୍ରିଜ, ଟିଭି ଆଦି ଚୋରି ହୋଇଥିଲା । ଏ ନେଇ ମହାସଂଘର ସମ୍ପାଦିକା ସ୍ବର୍ଣ୍ଣଲତା ପତି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତମାନେ ପୋଲିସ ଭୟରେ ଅପହଞ୍ଚ ସ୍ଥାନର ଏକ ଗଛ ଉପରେ ମଞ୍ଚା ବାନ୍ଧି ଲୁଚି ରହୁଥଥିଲେ । ଏ ନେଇ ଖବର ପାଇ ପୋଲିସ ଚଢାଉ କରି ସେଠାରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ପଚରାଉଚରା କରିବା ପରେ ଚୋରି ଜିନିଷ ରଖିଥ‌ିବା ସ୍ଥାନରେ ପୋଲିସ ଚଢାଉ କରି ବହୁ ଫ୍ରିଜ, ଟିଭି, ଚାଉଳ, ଇନଭର୍ଟର, ପାଣି ମୋଟର, ଗ୍ରାଇଣ୍ଡର, ବ୍ୟାଟେରୀ ଆଦି ଜବତ କରିଥିଲା । ଚୋରମାନେ ତିହିଡ଼ି ଥାନାର ତାଳପଦା ସମେତ ରାଢ଼ଙ୍ଗ ଓ ନୟାନନ୍ଦ ଭଳି ୬ଟି ସ୍ଥାନରୁ ଚୋରି କରିଥିଲେ । ସେ

ମଞ୍ଚା ବାନ୍ଧି ଲୁଚିଥିଲେ ଲୁଟେରା : ଧରା ପଡିଗଲେ ୩, ଖସିଗଲେ ୨

ଭଦ୍ରକ ୨୪: ଭଦ୍ରକ ଜିଲ୍ଲାର ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଥିବା ଏକ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ତିହିଡ଼ି ପୋଲିସ ଗିରଫ କରିଛି । ଅନ୍ୟ ଦୁଇ ଜଣ ଫେରାର ଥ‌ିବା ସୂଚନା ମିଳିଛି ।  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଚାନ୍ଦବାଲି ଏସଡିପିଓ କାର୍ତ୍ତିକଚନ୍ଦ୍ର ମଲିକ । ଗିରଫ ଅଭିଯୁକ୍ତ ମାନେ ହେଲେ ରାଢ଼ଙ୍ଗ ଗ୍ରାମର ପରମେଶ୍ଵର, ସେରପୁର ଗ୍ରାମର ବଳରାମ ଜେନା ଓ ଗଗନ ବିହାରୀ । ସେମାନଙ୍କ ନିକଟରୁ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି । ଚୋରିରେ ବ୍ୟବହୃତ ଏକ ଲାଲ ରଙ୍ଗର ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । 

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ତିହିଡ଼ି ଥାନା ତାଳପଦା ମହିଳା ମହାସଂଘ କାର୍ଯ୍ୟାଳୟରୁ ଫ୍ରିଜ, ଟିଭି ଆଦି ଚୋରି ହୋଇଥିଲା । ଏ ନେଇ ମହାସଂଘର ସମ୍ପାଦିକା ସ୍ବର୍ଣ୍ଣଲତା ପତି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତମାନେ ପୋଲିସ ଭୟରେ ଅପହଞ୍ଚ ସ୍ଥାନର ଏକ ଗଛ ଉପରେ ମଞ୍ଚା ବାନ୍ଧି ଲୁଚି ରହୁଥଥିଲେ । ଏ ନେଇ ଖବର ପାଇ ପୋଲିସ ଚଢାଉ କରି ସେଠାରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ପଚରାଉଚରା କରିବା ପରେ ଚୋରି ଜିନିଷ ରଖିଥ‌ିବା ସ୍ଥାନରେ ପୋଲିସ ଚଢାଉ କରି ବହୁ ଫ୍ରିଜ, ଟିଭି, ଚାଉଳ, ଇନଭର୍ଟର, ପାଣି ମୋଟର, ଗ୍ରାଇଣ୍ଡର, ବ୍ୟାଟେରୀ ଆଦି ଜବତ କରିଥିଲା । ଚୋରମାନେ ତିହିଡ଼ି ଥାନାର ତାଳପଦା ସମେତ ରାଢ଼ଙ୍ଗ ଓ ନୟାନନ୍ଦ ଭଳି ୬ଟି ସ୍ଥାନରୁ ଚୋରି କରିଥିଲେ । ସେହିପରି ସାବରଙ୍ଗ ଥାନାର ୩ଟି ସ୍ଥାନରୁ ଚୋରି କରିଥିବା ଜଣାପଡିଛି ।  ଭଦ୍ରକ ଜିଲ୍ଲାର ଅନ୍ୟ ଥାନା ଗୁଡ଼ିକ ଅଞ୍ଚଳରୁ ମଧ୍ୟ ସେମାନେ ଚୋରି କରିଥିବା ନେଇ ତଦନ୍ତ ଚାଲୁ ରହିଛି ବୋଲି ପୋଲିସ କହିଛି ।


You Can Read:

ହଷ୍ଟେଲରେ ଠିକ୍‌ ଭାବେ ମିଳୁନଥିଲା ଖାଦ୍ୟ, ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରିବାରୁ ୧୪ ଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ଶିକ୍ଷୟିତ୍ରୀ !