ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ: ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍ ସିଂ କଲେ ଚମକାଇବା ଭଳି ଖୁଲାସା
ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅଭିଜିତ୍ ସିଂ, ଓମ୍ ପ୍ରକାଶ ଏବଂ ହେମରାଜ। ଅଶ୍ଳିଳ ଫଟୋକୁ ନେଇ ବ୍ଲାକମେଲିଂ କରିବା ଯୋଗୁ ଦିବ୍ୟାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଭିଜିତ୍ ପୋଲିସ ନିକଟରେ ବୟାନ ଦେଇଛନ୍ତି। ତେବେ ସେ ଏକ ହୋଟେଲର ମାଲିକ ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ସେଠାକାର କର୍ମଚାରୀ ଥିଲେ। ପୋଲିସ ଏବେ ସେମାନଙ୍କୁ ଗିରଫ କରି ପଚରାଉଚରା କରୁଛି। […] The post ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ: ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍ ସିଂ କଲେ ଚମକାଇବା ଭଳି ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅଭିଜିତ୍ ସିଂ, ଓମ୍ ପ୍ରକାଶ ଏବଂ ହେମରାଜ। ଅଶ୍ଳିଳ ଫଟୋକୁ ନେଇ ବ୍ଲାକମେଲିଂ କରିବା ଯୋଗୁ ଦିବ୍ୟାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଭିଜିତ୍ ପୋଲିସ ନିକଟରେ ବୟାନ ଦେଇଛନ୍ତି। ତେବେ ସେ ଏକ ହୋଟେଲର ମାଲିକ ଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ସେଠାକାର କର୍ମଚାରୀ ଥିଲେ। ପୋଲିସ ଏବେ ସେମାନଙ୍କୁ ଗିରଫ କରି ପଚରାଉଚରା କରୁଛି।
ଅଭିଜିତ୍ କହିଛନ୍ତି ଯେ, ସେ ସିଟି ହୋଟେଲର ମାଲିକ। ଏହି ହୋଟେଲରେ ସେ ଦିବ୍ୟାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କାରଣ ତାଙ୍କ ପାଖରେ ଅଭିଜିତଙ୍କର କିଛି ଅଶ୍ଳିଳ ଫଟୋ ରହିଥିଲା। ଦିବ୍ୟା ପ୍ରାୟତଃ ସେସବୁକୁ ନେଇ ତାଙ୍କୁ ଟଙ୍କା ଡିମାଣ୍ଡ କରିଆସୁଥିଲେ। ଜାନୁୟାରୀ ୨ରେ ଦିବ୍ୟାଙ୍କୁ ନେଇ ଅଭିଜିତ୍ ହୋଟେଲ ଯାଇଥିଲେ। ସେଠାରେ ସେ ତାଙ୍କୁ ଫଟୋ ଡିଲିଟ୍ କରିବାକୁ କହିଥିଲେ। ହେଲେ ଦିବ୍ୟା ନ ମାନିବାରୁ ଉତ୍ୟକ୍ତ ହୋଇ ସେ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି।
The post ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ: ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍ ସିଂ କଲେ ଚମକାଇବା ଭଳି ଖୁଲାସା appeared first on Dharitri Odia News.