ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଗୁଳିମାଡ଼, ୨ ଆହତ

ନୂଆଦିଲ୍ଲୀ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ କାରକେଡ ଉପରକୁ ଆକ୍ରମଣ। ଆଜି କାଙ୍ଗପୋକି ଜିଲ୍ଲାର ସଶସ୍ତ୍ର କୁକି ସମ୍ପ୍ରଦାୟର କିଛି ଆକ୍ରମଣକାରୀ ତାଙ୍କ କାରକେଡ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ ଗୁଳିମାଡ଼ ସମୟରେ କାରକେଡରେ ମୁଖ୍ୟମନ୍ତ୍ରୀ ନ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆଜି ମଣିପୁରର ହିଂସା ପ୍ରଭାବିତ ଜିରିବାମ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ଯକ୍ରମ ଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ […]

ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଗୁଳିମାଡ଼, ୨ ଆହତ
Untitled 1 24

ନୂଆଦିଲ୍ଲୀ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ କାରକେଡ ଉପରକୁ ଆକ୍ରମଣ। ଆଜି କାଙ୍ଗପୋକି ଜିଲ୍ଲାର ସଶସ୍ତ୍ର କୁକି ସମ୍ପ୍ରଦାୟର କିଛି ଆକ୍ରମଣକାରୀ ତାଙ୍କ କାରକେଡ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ ଗୁଳିମାଡ଼ ସମୟରେ କାରକେଡରେ ମୁଖ୍ୟମନ୍ତ୍ରୀ ନ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆଜି ମଣିପୁରର ହିଂସା ପ୍ରଭାବିତ ଜିରିବାମ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ଯକ୍ରମ ଥିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଏକ ଟିମକୁ ସେଠାକୁ ପଠାଯାଇଥିଲା। ସୁରକ୍ଷା କନଭୟ ଯେତେବେଳେ କୋଟଲେନରେ ପହଞ୍ଚିଥିଲା, ସେଠାରେ କିଛି ସଶସ୍ତ୍ର ବାହିନୀ କନଭୟ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କୁକି ସମ୍ପ୍ରଦାୟର ଭିକ୍ଷୋଭକାରୀ ଏହି ଆକ୍ରମଣ କରିଥିବା କୁହାଯାଉଛି।