ମଣିପୁରରେ ତିନି ଆଇଡି ବୋମା ନିଷ୍କ୍ରୟ କଲା ସେନା
ନୂଆଦିଲ୍ଲୀ: ମଣିପୁର ଇମ୍ଫାଲରେ ତିନିଟି ଆଇଡି ବୋମାକୁ ନିଷ୍କ୍ରୟ କରିଛି ସେନା। ଏନେଇ ସେନା ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଏହି ଆଇଡି ନୋଙ୍ଗଡମ ଏବଂ ଇଥାହମ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଲଗାଯାଇଥିଲା। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିୟମିତ ପାଟ୍ରୋଲିଂ ବେଳେ ଯବାନଙ୍କୁ ଏହି ଆଇଡି ମିଳିଥିଲା। ଏହା ପରେ ତୁରନ୍ତ ଯବାନମାନେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏହା ପରେ ତୁରନ୍ତ ସେହି ସ୍ଥାନକୁ ଏକ ବୋମା ନିଷ୍କ୍ରୟକାରୀ ଦଳକୁ ପଠାଯାଇଥିଲା। ଆଉ ସେମାନେ ସୁରକ୍ଷିତ ଭାବରେ ବୋମାକୁ ନିରସ୍ତ୍ର କରିଥିଲେ। ସୂଚନାଯୋଗ୍ୟ, ମଣିପୁରରେ ଆରମ୍ଭ ମୈତେଇ ଏବଂ କୁକୀ ସୁମଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଦଙ୍ଗା କାରଣରୁ ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଅବଶ୍ୟ ଏବେ ପରିସ୍ଥିତି ସ୍ବାଭାବିକ ହୋଇଚି। ଏମିତିରେ ସୁରକ୍ଷା ବଳ ସମ୍ବେଦନଶୀଳ ସ୍ଥାନମାନଙ୍କରେ, ବିଶେଷ କରି ଯେଉଁଠାରେ ଏହି ଦୁଇ ସମୁଦାୟଙ୍କ ଗାଁ ରହିଛି ତାହା ଉପରେ ନଜର ରଖିଛନ୍ତି।
ନୂଆଦିଲ୍ଲୀ: ମଣିପୁର ଇମ୍ଫାଲରେ ତିନିଟି ଆଇଡି ବୋମାକୁ ନିଷ୍କ୍ରୟ କରିଛି ସେନା। ଏନେଇ ସେନା ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଏହି ଆଇଡି ନୋଙ୍ଗଡମ ଏବଂ ଇଥାହମ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଲଗାଯାଇଥିଲା।
ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିୟମିତ ପାଟ୍ରୋଲିଂ ବେଳେ ଯବାନଙ୍କୁ ଏହି ଆଇଡି ମିଳିଥିଲା। ଏହା ପରେ ତୁରନ୍ତ ଯବାନମାନେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଏହା ପରେ ତୁରନ୍ତ ସେହି ସ୍ଥାନକୁ ଏକ ବୋମା ନିଷ୍କ୍ରୟକାରୀ ଦଳକୁ ପଠାଯାଇଥିଲା। ଆଉ ସେମାନେ ସୁରକ୍ଷିତ ଭାବରେ ବୋମାକୁ ନିରସ୍ତ୍ର କରିଥିଲେ।
ସୂଚନାଯୋଗ୍ୟ, ମଣିପୁରରେ ଆରମ୍ଭ ମୈତେଇ ଏବଂ କୁକୀ ସୁମଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଦଙ୍ଗା କାରଣରୁ ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଅବଶ୍ୟ ଏବେ ପରିସ୍ଥିତି ସ୍ବାଭାବିକ ହୋଇଚି।
ଏମିତିରେ ସୁରକ୍ଷା ବଳ ସମ୍ବେଦନଶୀଳ ସ୍ଥାନମାନଙ୍କରେ, ବିଶେଷ କରି ଯେଉଁଠାରେ ଏହି ଦୁଇ ସମୁଦାୟଙ୍କ ଗାଁ ରହିଛି ତାହା ଉପରେ ନଜର ରଖିଛନ୍ତି।