ମଣିପୁରରେ ପୁଣି ଡ୍ରୋନ୍ ଆକ୍ରମଣ
ଇମ୍ଫାଲ: ମଣିପୁରର ପଶ୍ଚିମ ଇମ୍ଫାଲ ଅଧୀନସ୍ଥ କୌତୁର୍କ ଗାଁରେ କୁକି ଆତଙ୍କବାଦୀମାନେ ପୁଣି ଡ୍ରୋନ୍ ଆକ୍ରମଣ କରିଛନ୍ତି। ଡ୍ରୋନ୍ ଆକ୍ରମଣ ଘଟଣାର ତଦନ୍ତ ନିମନ୍ତେ ଆଜି ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ଟିମ୍ ପହଞ୍ଚିଥିବା ବେଳେ ଇମ୍ଫାଲ୍ ପୁଲିସ ମଧ୍ୟ ତଦନ୍ତ ଜାରି ରଖିଛି। ଗତରାତି ପ୍ରାୟ ୧୧ଟା ବେଳେ ଗାଁକୁ ଲକ୍ଷ୍ୟ କରି ଗୁଳି ଓ ବୋମା ମାଡ଼ ହୋଇଥିଲା। ବୋମା ମାଡ଼ ପାଇଁ ଡ୍ରୋନ୍ ବ୍ୟବହାର ହୋଇଥିଲା। ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି। […]

ଇମ୍ଫାଲ: ମଣିପୁରର ପଶ୍ଚିମ ଇମ୍ଫାଲ ଅଧୀନସ୍ଥ କୌତୁର୍କ ଗାଁରେ କୁକି ଆତଙ୍କବାଦୀମାନେ ପୁଣି ଡ୍ରୋନ୍ ଆକ୍ରମଣ କରିଛନ୍ତି। ଡ୍ରୋନ୍ ଆକ୍ରମଣ ଘଟଣାର ତଦନ୍ତ ନିମନ୍ତେ ଆଜି ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ଟିମ୍ ପହଞ୍ଚିଥିବା ବେଳେ ଇମ୍ଫାଲ୍ ପୁଲିସ ମଧ୍ୟ ତଦନ୍ତ ଜାରି ରଖିଛି। ଗତରାତି ପ୍ରାୟ ୧୧ଟା ବେଳେ ଗାଁକୁ ଲକ୍ଷ୍ୟ କରି ଗୁଳି ଓ ବୋମା ମାଡ଼ ହୋଇଥିଲା। ବୋମା ମାଡ଼ ପାଇଁ ଡ୍ରୋନ୍ ବ୍ୟବହାର ହୋଇଥିଲା। ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି। ତେବେ ଏହାପଛରେ କୁକି ଆତଙ୍କବାଦୀମାନଙ୍କ ହାତ ରହିଥିବା ଆଶଙ୍କା କରାଯାଉଛି। ଇମ୍ଫାଲ୍ ପୁଲିସ କହିଛି, ପୁଲିସ ତୁରନ୍ତ ପଦକ୍ଷେପ ନେଇଥିଲା। ନିକଟସ୍ଥ ପାହାଡ଼ରୁ ଟର୍ଚ୍ଚ ଆଲୋକ ଦେଖି ପୁଲିସ ପ୍ରଥମେ ଫାଙ୍କା ଗୁଳି ଚଳାଇଥିଲା। ଅପରପକ୍ଷରୁ ସୁରକ୍ଷାକର୍ମୀଙ୍କୁ ଲକ୍ଷ୍ୟ କରି ଉଗ୍ରବାଦୀମାନେ ଗୁଳି ଚଳାଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଭୋର ୨ଟା ଯାଏଁ ଚାଲିଥିଲା।