ମଣିପୁରରେ ପୁଣି ହିଂସା: ୨ ମୃତ
ଇମ୍ଫାଲ,୩୧।୧: ମଣିପୁରରେ ପୁଣି ହିଂସା ଦେଖାଦେଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାଜପାର ପୂର୍ବତନ ଯୁବ ସଭାପତିଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ବଢିପାରେ। ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଅପରାହ୍ନ ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଏବଂ ଏହା ଅନେକ ଘଣ୍ଟା ଧରି ଜାରି ରହିଥିଲା। ଗୁଳି ବିନିମୟରେ ନିହତ ହୋଇଥିବା ଦୁଇଜଣଙ୍କ ନାମ ୩୩ ବର୍ଷିୟ ନୋଙ୍ଗଥୋମ୍ବମ ମାଇକେଲ ଏବଂ ୨୫ […] The post ମଣିପୁରରେ ପୁଣି ହିଂସା: ୨ ମୃତ appeared first on Dharitri Odia News.
ଇମ୍ଫାଲ,୩୧।୧: ମଣିପୁରରେ ପୁଣି ହିଂସା ଦେଖାଦେଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାଜପାର ପୂର୍ବତନ ଯୁବ ସଭାପତିଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ବଢିପାରେ।
ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଅପରାହ୍ନ ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଏବଂ ଏହା ଅନେକ ଘଣ୍ଟା ଧରି ଜାରି ରହିଥିଲା। ଗୁଳି ବିନିମୟରେ ନିହତ ହୋଇଥିବା ଦୁଇଜଣଙ୍କ ନାମ ୩୩ ବର୍ଷିୟ ନୋଙ୍ଗଥୋମ୍ବମ ମାଇକେଲ ଏବଂ ୨୫ ବର୍ଷିୟ ମିରନାମ ଖାବା। ଉଭୟଙ୍କ ମୃତଦେହ ୨୦ ଜାନୁଆରୀ ସନ୍ଧ୍ୟାରେ ଆଞ୍ଚଳିକ ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟକୁ ନିଆଯାଇଥିଲା।
The post ମଣିପୁରରେ ପୁଣି ହିଂସା: ୨ ମୃତ appeared first on Dharitri Odia News.