ମଣିପୁରରେ ପୁଣି ହିଂସା: ୨ ଯବାନ ଶହୀଦ
ଇମ୍ଫାଲ,୧୭।୧: ମଣିପୁରରେ ହିଂସା ଜାରି ରହିଛି। ରାଜ୍ୟର ଟେଙ୍ଗନୁପାଲ ଜିଲାର ମୋରେହରେ ଉଗ୍ରବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହାପୂର୍ବରୁ ଜଣେ ଯବାନଙ୍କ ଜୀବନହାନୀ ହୋଇଥିବା ନିଶ୍ଚିତ କରାଯାଇଥିଲା। ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କ ତାଖେଲମ୍ବମ ସାଇଲେଶୱୋର ବୋଲି ଚିହ୍ନଟ କରାଯାଇଛି। ମଣିପୁର ପୋଲିସ କହିଛି ଯେ, ପୂର୍ବରୁ ଶହୀଦ ହୋଇଥିବା ମୃତ ବ୍ୟକ୍ତି ୱାଙ୍ଗକେମ ସୋମୋରଜିତ ବୋଲି ମୋରେହରେ ରାଜ୍ୟ ପୋଲିସ କମାଣ୍ଡୋ ଭାବରେ ପୋଷ୍ଟ କରାଯାଇଥିଲା। […] The post ମଣିପୁରରେ ପୁଣି ହିଂସା: ୨ ଯବାନ ଶହୀଦ appeared first on Dharitri Odia News.
ଇମ୍ଫାଲ,୧୭।୧: ମଣିପୁରରେ ହିଂସା ଜାରି ରହିଛି। ରାଜ୍ୟର ଟେଙ୍ଗନୁପାଲ ଜିଲାର ମୋରେହରେ ଉଗ୍ରବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ଜଣେ ଯବାନ ଶହୀଦ ହୋଇଛନ୍ତି। ଏହାପୂର୍ବରୁ ଜଣେ ଯବାନଙ୍କ ଜୀବନହାନୀ ହୋଇଥିବା ନିଶ୍ଚିତ କରାଯାଇଥିଲା।
ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କ ତାଖେଲମ୍ବମ ସାଇଲେଶୱୋର ବୋଲି ଚିହ୍ନଟ କରାଯାଇଛି। ମଣିପୁର ପୋଲିସ କହିଛି ଯେ, ପୂର୍ବରୁ ଶହୀଦ ହୋଇଥିବା ମୃତ ବ୍ୟକ୍ତି ୱାଙ୍ଗକେମ ସୋମୋରଜିତ ବୋଲି ମୋରେହରେ ରାଜ୍ୟ ପୋଲିସ କମାଣ୍ଡୋ ଭାବରେ ପୋଷ୍ଟ କରାଯାଇଥିଲା।
ସୋମୋରଜିତ ଇମ୍ଫାଲ ପଶ୍ଚିମ ଜିଲାର ମାଲୋମର ବାସିନ୍ଦା ଥିଲେ। କୁକି ଆତଙ୍କବାଦୀମାନେ ବୁଧବାର ମୋରେହରେ ସୁରକ୍ଷା ବାହିନୀର ଏକ ଗାଡି ଉପରେ ଆକ୍ରମଣ କରିଥିଲେ। ଗୁଳି ବିନିମୟରେ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବି)ର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି।
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
The post ମଣିପୁରରେ ପୁଣି ହିଂସା: ୨ ଯବାନ ଶହୀଦ appeared first on Dharitri Odia News.