ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ଅବଧି
ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନକୁ ଆଗାମୀ ଛଅ ମାସ ପାଇଁ ବୃଦ୍ଧି କରାଯାଇଛି। ଏହା ୩୧ ଅଗଷ୍ଟ ୨୦୨୫ରୁ ଲାଗୁ ହେବ। ବର୍ତ୍ତମାନ ଫେବୃଆରୀ ମାସରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଏହି ସମ୍ପର୍କରେ ଦେଇଥିବା ବିଧିବଦ୍ଧ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ପ୍ରସଙ୍ଗରେ ଗୃହ ନୋଟିସକୁ ଗ୍ରହଣ କରି ପ୍ରସ୍ତାବ ପାରିତ କରିଛି। ଯେଉଁଥିରେ କୁହାଯାଇଛି ” ୧୩ ଫେବୃଆରୀ ୨୦୨୫ରେ ମଣିପୁର ସମ୍ପର୍କରେ ସମ୍ବିଧାନର ଧାରା […] The post ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ଅବଧି appeared first on Odisha.News.
ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନକୁ ଆଗାମୀ ଛଅ ମାସ ପାଇଁ ବୃଦ୍ଧି କରାଯାଇଛି। ଏହା ୩୧ ଅଗଷ୍ଟ ୨୦୨୫ରୁ ଲାଗୁ ହେବ। ବର୍ତ୍ତମାନ ଫେବୃଆରୀ ମାସରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଏହି ସମ୍ପର୍କରେ ଦେଇଥିବା ବିଧିବଦ୍ଧ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି।
ଏହି ପ୍ରସଙ୍ଗରେ ଗୃହ ନୋଟିସକୁ ଗ୍ରହଣ କରି ପ୍ରସ୍ତାବ ପାରିତ କରିଛି। ଯେଉଁଥିରେ କୁହାଯାଇଛି ” ୧୩ ଫେବୃଆରୀ ୨୦୨୫ରେ ମଣିପୁର ସମ୍ପର୍କରେ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ଘୋଷଣାକୁ ୧୩ ଅଗଷ୍ଟ ୨୦୨୫ରୁ ପରବର୍ତ୍ତୀ ଛଅ ମାସ ପାଇଁ ଜାରି ରଖିବାକୁ ଅନୁମୋଦନ କରୁଛି।
ଉଲ୍ଲେଖଯୋଗ୍ୟ, ମଣିପୁରରେ ଚଳିତ ବର୍ଷ ଫେବୃଆରୀ ୧୩ ତାରିଖରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପଡିଥିଲା।
The post ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ଅବଧି appeared first on Odisha.News.