ମଣିପୁରରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କଲା ବିଜେପି, ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ ?

ଇମ୍ଫାଲ ୨୮।୫: ମଣିପୁରରେ ସରକାର ଗଢିବା ପାଇଁ ବିଜେପି ଦାବି ଉପସ୍ଥାପନ କରିଛି। ବିଜେପି ନେତା ଥୋକଚୋମ ରାଧେଶ୍ୟାମ ଶିଂହ ବୁଧବାର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ଦାବି ଉପସ୍ଥାପନ କରିଥିବା ବେଳେ ୪୪ ଜଣ ବିଧାୟକ ସରକାର ଗଢିବା ପାଇଁ ରାଜି ଥିବା କହିଛନ୍ତି। ତେବେ ସେ ୯ ଜଣ ଅନ୍ୟ ବିଧାୟକଙ୍କ ସହ ରାଜଭାବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଧେଶ୍ୟାମ ସିଂହ କହିଛନ୍ତି ଯେ ‘ଲୋକଙ୍କ ଇଛା ଅନୁସାରେ ୪୪ ଜଣ ବିଧାୟକ ସରକାର ଗଢିବା ପାଇଁ ରାଜି ଅଛନ୍ତି’ ଆମେ ରାଜ୍ୟପାଳଙ୍କୁ ଏହା ଜଣାଇଛୁ। ସେ କହିଛନ୍ତି ଯେ ଆମେ ଏ କଥା ଉପରେ ବି ଚର୍ଚ୍ଚା କରିଛୁ ଏହି ପ୍ରସଙ୍ଗର ସମାଧାନ କିପରି ହେବ। ରାଜ୍ୟପାଳ ଆମ କଥା ଉପରେ ଧ୍ୟାନ ଦେଇଛନ୍ତି ଓ ଲୋକଙ୍କ ସର୍ବୋତ୍ତମ ହୀତ ନିମନ୍ତେ କାର୍ଯ୍ୟାନୁଷ୍ଠାନ କରିପାରନ୍ତି ବୋଲି ସିଂହ ଆଶାପୋଷଣ କରିଛନ୍ତି। ଏଥିରେ ସିଂହଙ୍କୁ ସେ ରକାର ଗଢିବା ଲାଗି ଦାବି ଉପସ୍ଥାପନ କରିପାରିବେ ବୋଲି ପ୍ରଶ୍ନ କରାଯିବାରେ ଏ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ବିଜେପି ନେତା କହିଛନ୍ତି ଯେ ‘ବାଚସ୍ପତି ସତ୍ୟବ୍ରତ ୪୪ ଜଣ ବିଧାୟକଙ୍କୁ ବ୍ୟକ୍ତିଗତ ଓ ମିଳିତ ରୂପେ ଭେଟିଛନ୍ତି। ସରକାର ଗଠନ କୁ ବିରୋଧ କରିବା ଲାଗି କେହି ନାହାନ୍ତି। ଲୋକଙ୍କୁ ବହୁତ ସମସ୍ୟା ହେଉଛି। ଗତ କାର୍ଯ୍ୟକାଳର ୨ ବର୍ଷ କୋଭିଡରେ ନଷ୍ଟ ହୋଇଛି ଓ ଏହି କାର୍ଯ୍ୟକାଳରେ ଆଉ ଦୁଇ ବର୍ଷ ସଂଘର୍ଷ ଯୋଗୁ ବରବା

ମଣିପୁରରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କଲା ବିଜେପି, ଜାଣନ୍ତୁ କିଏ ହେବେ ମୁଖ୍ୟମନ୍ତ୍ରୀ ?

ଇମ୍ଫାଲ ୨୮।୫: ମଣିପୁରରେ ସରକାର ଗଢିବା ପାଇଁ ବିଜେପି ଦାବି ଉପସ୍ଥାପନ କରିଛି। ବିଜେପି ନେତା ଥୋକଚୋମ ରାଧେଶ୍ୟାମ ଶିଂହ ବୁଧବାର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ଦାବି ଉପସ୍ଥାପନ କରିଥିବା ବେଳେ ୪୪ ଜଣ ବିଧାୟକ ସରକାର ଗଢିବା ପାଇଁ ରାଜି ଥିବା କହିଛନ୍ତି। ତେବେ ସେ ୯ ଜଣ ଅନ୍ୟ ବିଧାୟକଙ୍କ ସହ ରାଜଭାବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଧେଶ୍ୟାମ ସିଂହ କହିଛନ୍ତି ଯେ ‘ଲୋକଙ୍କ ଇଛା ଅନୁସାରେ ୪୪ ଜଣ ବିଧାୟକ ସରକାର ଗଢିବା ପାଇଁ ରାଜି ଅଛନ୍ତି’ ଆମେ ରାଜ୍ୟପାଳଙ୍କୁ ଏହା ଜଣାଇଛୁ। 

ସେ କହିଛନ୍ତି ଯେ ଆମେ ଏ କଥା ଉପରେ ବି ଚର୍ଚ୍ଚା କରିଛୁ ଏହି ପ୍ରସଙ୍ଗର ସମାଧାନ କିପରି ହେବ। ରାଜ୍ୟପାଳ ଆମ କଥା ଉପରେ ଧ୍ୟାନ ଦେଇଛନ୍ତି ଓ ଲୋକଙ୍କ ସର୍ବୋତ୍ତମ ହୀତ ନିମନ୍ତେ କାର୍ଯ୍ୟାନୁଷ୍ଠାନ କରିପାରନ୍ତି ବୋଲି ସିଂହ ଆଶାପୋଷଣ କରିଛନ୍ତି। ଏଥିରେ ସିଂହଙ୍କୁ ସେ ରକାର ଗଢିବା ଲାଗି ଦାବି ଉପସ୍ଥାପନ କରିପାରିବେ ବୋଲି ପ୍ରଶ୍ନ କରାଯିବାରେ ଏ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। 

ବିଜେପି ନେତା କହିଛନ୍ତି ଯେ ‘ବାଚସ୍ପତି ସତ୍ୟବ୍ରତ ୪୪ ଜଣ ବିଧାୟକଙ୍କୁ ବ୍ୟକ୍ତିଗତ ଓ ମିଳିତ ରୂପେ ଭେଟିଛନ୍ତି। ସରକାର ଗଠନ କୁ ବିରୋଧ କରିବା ଲାଗି କେହି ନାହାନ୍ତି। ଲୋକଙ୍କୁ ବହୁତ ସମସ୍ୟା ହେଉଛି। ଗତ କାର୍ଯ୍ୟକାଳର ୨ ବର୍ଷ କୋଭିଡରେ ନଷ୍ଟ ହୋଇଛି ଓ ଏହି କାର୍ଯ୍ୟକାଳରେ ଆଉ ଦୁଇ ବର୍ଷ ସଂଘର୍ଷ ଯୋଗୁ ବରବାଦ ହୋଇଛି।’ ଉଲ୍ଲେଖଯୋଗ୍ୟ ଯେ ମେ ୨୦୨୩ରେ ବିଜେପି ନେତା ଏନ.ବୀରେନ ସିଂହ ମେତେଇ ଓ କୁକିଙ୍କ ମଧ୍ୟରେ ଜାତିଗତ ବିବାଦ ସମାଧାନରେ ବିଫଳତା ଯୋଗୁ ଇସ୍ତଫା ଦେଇଥିଲେ ଏହା ପରଠାରୁ ଫେବୃଆରୀ ମାସରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ରହିଛି।