ମଣିଷ ପକାଇଥିବା ପ୍ଲାଷ୍ଟିକ ବୋତଲ ବାହାର କଲା ବାଘ; ଆଉ ତାପରେ ଯାହା କଲା . . .
ସମାଜ ଡିଜିଟାଲ ଡେସ୍କ: ପାଣିରେ ପଡିଥିବା ପ୍ଲାଷ୍ଟିକ ବୋତଲକୁ ଉଠାଉଛି ଜଙ୍ଗଲର ବାଘ । ଆଉ ପାଣି ବୋତଲ ଉଠାଇବା ପରେ ଯାହା କରୁଛି ତାହା ଦେଖିବା ପରେ ଅନେକ ଲୋକଙ୍କ ମୁହଁ ଲଜ୍ଜାରେ ତଳକୁ ହୋଇଯିବ । ଲୋକମାନେ ଭାବୁଥିବା ଯେ ବାଘ କଣ ଏପରି କରିପାରେ । ବାସ୍ତବରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଦେଖିଲେ ଏହା ସତ୍ୟ ବୋଲି ଜଣାପଡୁଛି । ପଶୁମାନେ ମଣିଷ ଅପେକ୍ଷା ବହୁତ ବୁଦ୍ଧିମାନ ହୋଇଥାନ୍ତି । ବେଳେବେଳେ […]

ସମାଜ ଡିଜିଟାଲ ଡେସ୍କ: ପାଣିରେ ପଡିଥିବା ପ୍ଲାଷ୍ଟିକ ବୋତଲକୁ ଉଠାଉଛି ଜଙ୍ଗଲର ବାଘ । ଆଉ ପାଣି ବୋତଲ ଉଠାଇବା ପରେ ଯାହା କରୁଛି ତାହା ଦେଖିବା ପରେ ଅନେକ ଲୋକଙ୍କ ମୁହଁ ଲଜ୍ଜାରେ ତଳକୁ ହୋଇଯିବ । ଲୋକମାନେ ଭାବୁଥିବା ଯେ ବାଘ କଣ ଏପରି କରିପାରେ । ବାସ୍ତବରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଦେଖିଲେ ଏହା ସତ୍ୟ ବୋଲି ଜଣାପଡୁଛି ।
ପଶୁମାନେ ମଣିଷ ଅପେକ୍ଷା ବହୁତ ବୁଦ୍ଧିମାନ ହୋଇଥାନ୍ତି । ବେଳେବେଳେ ସେମାନେ କିଛି ଏପରି କାର୍ଯ୍ୟ କରନ୍ତି ଯାହା ଦ୍ୱାରା ମଣିଷ ମଧ୍ୟ ଲଜ୍ଜାରେ ମୁଣ୍ଡ ନୁଆଁଇଥାଏ । ଏହି ଭାଇରାଲ ଭିଡ଼ିଓରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଆଇଏଫଏସ ଅଧିକାରୀଙ୍କ ଦ୍ୱାରା ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିବା ଏହି ଭିଡ଼ିଓ ଏକ ଜଙ୍ଗଲର । ଯେଉଁଠାରେ ଗୋଟିଏ ବାଘ ପାଣିରେ ପଡିଥିବା ପ୍ଲାଷ୍ଟିକ ବୋତଲକୁ ଉଠାଇ ଏହାକୁ ନେଇ ଭିଡ଼ିଓ ସୁଟିଂ କରୁଥିବା ବ୍ୟକ୍ତିଙ୍କ ଗାଡି ଆଗରେ ପକାଉଛି । ଲୋକମାନେ ଏହି ଭିଡ଼ିଓ ଦେଖିବା ପରେ ବାଘର ପ୍ରଶଂସା କରିବାରେ ଲାଗିଛନ୍ତି । ମଣିଷ ମାନେ ବନ୍ୟଜନ୍ତୁଙ୍କ ଠାରୁ କିଛି ଶିଖିବା କଥା ବୋଲି କୁହାଯାଇଛି । ଜଙ୍ଗଲରେ ଅଳିଆ ଆବର୍ଜନ ନପକାଇବା ଏବଂ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ଅଧିକାରୀ ମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି ।
Why should the wild clean the garbage of the (un)civilised
Read More