ମଣିଷଖିଆ ଗଧିଆକୁ ମାରିଦେଲେ…..
ଉତ୍ତରପ୍ରଦେଶ,୬।୧୦: ଶେଷରେ ଗ୍ରାମବାସୀଙ୍କ ହାତେରେ ଗଲା ମଣିଷଖିଆ ଗଧିଆ ଜୀବନ। ମଣିଷଖିଆ ଗଧିଆକୁ ପିଟିପିଟି ମାରିଦେଲେ ଗ୍ରାମବାସୀ ଉତ୍ତରପ୍ରଦେଶର ବାହରିଚ୍ରେ ଆତଙ୍କ ଖେଳାଇଥିବା ଗଧିଆକୁ ଗ୍ରାମବାସୀ ପିଟିପିଟି ମାରିଥିବା ବେଳେ ବନ ବିଭାଗ ମୃତଦେହ ଜବତ କରିଛି। ୬ଷ୍ଠ ତଥା ଶେଷ ଗଧିଆର ମୃତ ହୋଇଛି। ଖବରପାଇ ବନବିଭାଗ ମୃତଦେହ ଜବତ କରିଛି। କିଛି ମାସ ହେବ ଆଖପାଖ ଗାଁରେ ଆତଙ୍କ ଖେଳାଇଥିଲେ ୬ଟି ଗଧିଆ।୯ ଜଣଙ୍କୁ ମାରିବା ସହ ଓ ୪୦ରୁ ଅଧିକଙ୍କୁ ଆକ୍ରମଣ କରିଥିଲା। […] The post ମଣିଷଖିଆ ଗଧିଆକୁ ମାରିଦେଲେ….. appeared first on Dharitri Odia News.
ଉତ୍ତରପ୍ରଦେଶ,୬।୧୦: ଶେଷରେ ଗ୍ରାମବାସୀଙ୍କ ହାତେରେ ଗଲା ମଣିଷଖିଆ ଗଧିଆ ଜୀବନ। ମଣିଷଖିଆ ଗଧିଆକୁ ପିଟିପିଟି ମାରିଦେଲେ ଗ୍ରାମବାସୀ
ଉତ୍ତରପ୍ରଦେଶର ବାହରିଚ୍ରେ ଆତଙ୍କ ଖେଳାଇଥିବା ଗଧିଆକୁ ଗ୍ରାମବାସୀ ପିଟିପିଟି ମାରିଥିବା ବେଳେ ବନ ବିଭାଗ ମୃତଦେହ ଜବତ କରିଛି। ୬ଷ୍ଠ ତଥା ଶେଷ ଗଧିଆର ମୃତ ହୋଇଛି। ଖବରପାଇ ବନବିଭାଗ ମୃତଦେହ ଜବତ କରିଛି। କିଛି ମାସ ହେବ ଆଖପାଖ ଗାଁରେ ଆତଙ୍କ ଖେଳାଇଥିଲେ ୬ଟି ଗଧିଆ।୯ ଜଣଙ୍କୁ ମାରିବା ସହ ଓ ୪୦ରୁ ଅଧିକଙ୍କୁ ଆକ୍ରମଣ କରିଥିଲା।
ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରି ସାରିଥିବା ବେଳେ ଶେଷ ବା ୬ ନମ୍ବର ଗଧିଆ ନାକେଦମ କରିଥିଲା। ଏହି ଗଧିଆକଙ୍କ ସର୍ଦ୍ଦାରକୁ ଖୋଜିବାକୁ ଡ୍ରୋନ ଲଗାଯାଇଥିଲା। ହେଲେ ବ ତାକୁ କାବୁ କରାଯାଇ ପାରି ନ ଥିଲା।
ଗତ କିଛି ଦିନ ହେବ ଉତ୍ତରପ୍ରଦେଶର ବାହାରିଚ୍ ଗଧିଆଙ୍କ ଉପଦ୍ରବ ଦେଖି ରାଜ୍ୟ ସରକାର ତାକୁ ଦେଖିଲା ମାତ୍ରକେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ କିନ୍ତୁ ବନ ବିଭାଗ ଦିନେ ଦୁଇ ଦିନ ମଧ୍ୟରେ ଗଧିଆ ଧରା ନପଡିଲେ, ସେମାନଙ୍କୁ ଦେଖିବା ମାତ୍ରକେ ଗୁଳି କରାଯିବ ବୋଲି କହିଥିଲେ । ପୂର୍ବରୁ ୫ ଗଧିଆଙ୍କୁ ଧରିଥିବା ବେଳେ ଆଜି ଆଉ ଗୋଟେ ଗଧିଆକୁ ଧରିଛି ବନ ବିଭାଗ । ଆ୫
୫ ଗଧିଆ ଆତଙ୍କ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ବିଶେଷକରି ପିଲାମାନଙ୍କୁ ବାହାରକୁ ଛଡାଯାଉ ନ ଥିଲା,। ସ୍କୁଲକୁ ବି କେହି ଯାଉନାହାନ୍ତି । କ୍ଷେତ ଜଗିବାକୁ ଚାଷୀମାନେ ବି ଭୟ କରୁଥିଲେ । ହାଟବଜାର ଅଧିକାଂଶ ସମୟ ବନ୍ଦ ରହୁଥିବା ବେଳେ ଲୋକେ ଗାଁରେ ଖୋଲିଥିବା କିଛି ଅସ୍ଥାୟୀ ଦୋକାନରୁ ସଉଦାପତ୍ର କିଣି କାମ ଚଳାଉଛନ୍ତି । ଗାଁ ଲୋକେ ଛୋଟ ଛୋଟ ଗ୍ରୁପ୍ ଗଠନ କରି ପାଳି କରି ପାଟ୍ରୋଲିଂ କରୁଛନ୍ତି ।
ବାହାରିଚ୍ ଏବଂ ତାର ଆଖପାଖ ୪ଟି ଜିଲାରେ ଗଧିଆ ଘଉଡ଼ାଇବା ଅଭିଯାନ ଚଳାଇଛି ବନ ବିଭାଗ । ଡ୍ରୋନ୍ କ୍ୟାମେରା ଦ୍ବାରା ଗଧିଆଙ୍କ ଗତିବିଧି ଜାଣି ପଦକ୍ଷେପ ନେଉଥିଲେ ବନ କର୍ମଚାରୀ ।
The post ମଣିଷଖିଆ ଗଧିଆକୁ ମାରିଦେଲେ….. appeared first on Dharitri Odia News.