ମଣ୍ଡପରୁ ମା'ଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ବ ଦେବାଦେବୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ, ଥାନାରେ ଏତଲା ।

ମଣ୍ଡପରୁ ମା'ଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଯାଜପୁର କୋରେଇ ବରୁଣ୍ଡେଇବଙ୍ଗାଳୀ ସାହିରେ ପୂଜା ମଣ୍ଡପରୁ ଲୁଟ୍ । ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ବ ଦେବାଦେବୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ, ଥାନାରେ ଏତଲା । ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ।

ଯାଜପୁର କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି। ବିଳମ୍ବିତ ରାତିରେ ମା'ଙ୍କ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଖବର ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି। ଗତକାଲି ରାତିରେ ଭୋଜିଭାତ ସରିବା ପରେ କମିଟି ସଦସ୍ୟ ଓ ପୂଜକ ମନ୍ଦିର ଭିତରେ ଶୋଇଥିଲେ। ହଠାତ ରାତି ୨ଟା ବେଳେ ମନ୍ଦିର ମୁଖ୍ୟ ଦ୍ୱାର ଖୋଲାଥିବା ଦେଖିବାକୁ ସଦସ୍ୟ ଓ ପୂଜକ । ପରେ ଜାଣିବାକୁ ପାଇଥିଲେ ମାଆଙ୍କର ସମସ୍ତ ସୁନା ରୁପା ଅଳଙ୍କାର ଲୁଟି ହୋଇଯାଇଛି।

ଏହି ଘଟଣାରେ କୋରାଇ ପୋଲିସ ପୂଜକ ଓ ଶୋଇଥିବା କମିଟି ସଦସ୍ୟଙ୍କୁ ତଦନ୍ତ ପାଇଁ ଥାନାକୁ ନେଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ମାଆଙ୍କ ହାର, ମୁକୁଟ, ତ୍ରିଶୂଳ, କାନଫୁଲ, ନାକଫୁଲ ଇତ୍ୟାଦି ସୁନାରୁପା ଗହଣା ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା କୋରେଇ ଥାନାରେ ଅଭିଯୋଗ ହୋଇଛି।