ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା

ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ୍‌ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ଏହି ବାହାଘର ଭାଙ୍ଗି ଦେଇଛନ୍ତି। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଶୁକ୍ରବାର ପ୍ରୟାଗରାଜର ମେଜାର ଆକବର ଶାହପୁର ଗାଁରେ ବିବାହ ଶୋଭାଯାତ୍ରା ପହଞ୍ଚିଥିଲା। ବିବାହ ଭୋଜିକୁ ସ୍ବାଗତ କରିବା ପରେ, ‘ଦ୍ୱାରଚାର’ ଅନୁଷ୍ଠିତ ହୋଇଥିଲା। ବେଦୀ ଉପରେ […] The post ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା appeared first on Dharitri Odia News.

ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା

ମଧ୍ୟପ୍ରଦେଶର ପ୍ରୟାଗରାଜରେ ଏକ ଅଜବ ଘଟଣା ଘଟିଛି। ବିବାହ ମଣ୍ଡପରେ ବରଯାତ୍ରୀଙ୍କ ସହ ପହଞ୍ଚିଥିଲେ ବର। କନ୍ୟାଙ୍କ ସହ ପରିବାର, ବନ୍ଧୁବାନ୍ଧବ ସମସ୍ତେ ବି ପହଞ୍ଚିଥିଲେ। ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଠିକ୍‌ ହସ୍ତଗଣ୍ଠି ପଡ଼ିବା ପୂର୍ବରୁ କନ୍ୟା ଏହି ବାହାଘର ଭାଙ୍ଗି ଦେଇଛନ୍ତି। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଶୁକ୍ରବାର ପ୍ରୟାଗରାଜର ମେଜାର ଆକବର ଶାହପୁର ଗାଁରେ ବିବାହ ଶୋଭାଯାତ୍ରା ପହଞ୍ଚିଥିଲା। ବିବାହ ଭୋଜିକୁ ସ୍ବାଗତ କରିବା ପରେ, ‘ଦ୍ୱାରଚାର’ ଅନୁଷ୍ଠିତ ହୋଇଥିଲା। ବେଦୀ ଉପରେ ବରକନ୍ୟା ବସିଥିବାବେଳେ କନ୍ୟାଙ୍କ ବାନ୍ଧବୀମାନେ ବରଙ୍କ ସହିତ ମଜା କରିବା ଆରମ୍ଭ କଲେ। ଜଣେ ବାନ୍ଧୀବୀ ଯେତେବେଳେ ବରଙ୍କୁ ତାଙ୍କ ଜନ୍ମ ତାରିଖ ବିଷୟରେ ପଚାରିଲେ, ସେ ଉତ୍ତର ଦେଲେ ଯେ, ତାଙ୍କର ଜନ୍ମ ତାରିଖ ୨୦୨୫। ଏହି ଉତ୍ତରରେ କନ୍ୟା ରାଗିଗଲେ। ଏଥିରେ ରାଗିଯାଇ କନ୍ୟା ବାହା ହେବାକୁ ମନା କଲେ। ପରେ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ତାଙ୍କ ଜିଦ୍‌ରେ ଅଟଳ ଥିଲେ। ଫଳରେ ବିନା କନ୍ୟାରେ ବର ଫେରିଯାଇଥିଲେ।

ମାମଲା ଆକବର ଶାହପୁରର ଅଟେ। ରାମସାଗର କୁଶଓ୍ବାହାଙ୍କ ଝିଅ ପିଙ୍କିଙ୍କର ବିବାହ ଚାଲିଥିଲା, ଯେଉଁଠାରେ ବିବାହ ଶୋଭାଯାତ୍ରା ପହଞ୍ଚିଥିଲା। କନ୍ୟାର ଭାଇ କହିଲେ ଯେ, ସାତ ଭାଇଙ୍କ ମଧ୍ୟରେ ସେ ତାଙ୍କର ଏକମାତ୍ର ଭଉଣୀ। ବାଇକ୍‌ ବ୍ୟତୀତ ତାଙ୍କ ବିବାହରେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ବରଙ୍କ ଆଚରଣ ଏବଂ ତାଙ୍କ ବାପାଙ୍କ ଲଗାତର ଯୌତୁକ ଦାବିରେ ବିରକ୍ତ ହୋଇ ଭଉଣୀ ରାଗିଯାଇଥିଲେ। ଏଥିସହିତ ବରଙ୍କ ପାଗଳ ଆଚରଣ ତାଙ୍କୁ ଭଲ ଲାଗି ନ ଥିଲା। ସେ ମୋବାଇଲ କିମ୍ବା ସାଇକେଲ ଚଲାଇ ପାରୁନାହାନ୍ତି। ଜନ୍ମ ତାରିଖ ମଧ୍ୟ କହିପାରିଲେ ନାହିଁ। ଯେଉଁଥିପାଇଁ ମୋ’ ଭଉଣୀ ବାହାଘର ଭାଙ୍ଗିଦେଲେ।

ଅନ୍ୟପକ୍ଷରେ ବରପକ୍ଷ କନ୍ୟା ପରିବାର ଦ୍ୱାରା ଲଗାତର କରାଯାଇଥିବା ଅଭିଯୋଗକୁ ଅସ୍ବୀକାର କରିଥିଲେ। ସେ କନ୍ୟାପକ୍ଷକୁ ମଧ୍ୟ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ବିବାହ ପାଇଁ ରାଜି ହେଲେ ନାହିଁ। ବର ପକ୍ଷର କହିବା ଅନୁସାରେ, ସେ ମଜାରେ ଭୁଲ୍‌ ଜନ୍ମ ତାରିଖ ଦେଇଥିଲେ। ଏହା ପରେ ବର ଏବଂ ବରଯାତ୍ରୀମାନେ ନିରାଶ ହୋଇ ଘରକୁ ଫେରିଗଲେ।

The post ମଣ୍ଡପରେ ବରଙ୍କୁ କନ୍ୟାଙ୍କ ସାଙ୍ଗ ପଚାରିଲେ ଏମିତି ଏକ ପ୍ରଶ୍ନ, ଉତ୍ତର ଶୁଣି ସିଧା ବାହାଘର ଭାଙ୍ଗିଦେଲେ କନ୍ୟା appeared first on Dharitri Odia News.