ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ, ଧାନ ବସ୍ତା ରଖି ରାସ୍ତା ରୋକ

ମାଥିଲୀ ୦୨/୦୧: ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ । ମାଥିଲି ବ୍ଳକ ନାୟକଗୁଡା ଠାରେ ଜାତୀୟ ରାଜପଥ ୩୨୬ ଉପରେ ଧାନ ବସ୍ତା ରଖି ରାସ୍ତା ରୋକ କଲେ ଉତ୍ୟକ୍ତ ଚାଷୀ । ମାସ ମାସ ଧରି ଧାନ ଉଠୁନଥିବା ଅଭିଯୋଗ ଆଣିଲେ ଚାଷୀ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ଦିଆଯାଉଥିବା ବେଳେ ମଣ୍ଡି ରେ ୧୦୦୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ରହିଛି । ମଣ୍ଡିରେ ଟାର୍ଗେଟ ବଢାଯାଇ ୨୦୦୦ କୁଇଣ୍ଟାଲ କରାଯିବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ ଚାଷୀ । ତେବେ ପ୍ରଶାସନ ତରଫରୁ କୌଣସୀ ପଦକ୍ଷେପ ନିଆଯାଇନଥିଲା ।  ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବିଫଳ ହେବାରୁ ରାସ୍ତାରୋକ କରିଥିବା ସୂଚନା ମିଳିଛି । ତେବେ ଦାବିପୂରଣ ସହ ଉଚିତ ସମୟରେ ଚାଷୀ ଙ୍କ ଧାନକ୍ରୟ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ କୃଷକ । ଜାତୀୟ ରାଜପଥ ଅବରୋଧ ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି । ଫଳରେ ଜୟପୁର ମାଲକାନଗିରି ଜଜାତୀୟରାଜପଥ ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । 

ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ, ଧାନ ବସ୍ତା ରଖି ରାସ୍ତା ରୋକ

ମାଥିଲୀ ୦୨/୦୧: ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ତାତିଲେ ଚାଷୀ । ମାଥିଲି ବ୍ଳକ ନାୟକଗୁଡା ଠାରେ ଜାତୀୟ ରାଜପଥ ୩୨୬ ଉପରେ ଧାନ ବସ୍ତା ରଖି ରାସ୍ତା ରୋକ କଲେ ଉତ୍ୟକ୍ତ ଚାଷୀ । ମାସ ମାସ ଧରି ଧାନ ଉଠୁନଥିବା ଅଭିଯୋଗ ଆଣିଲେ ଚାଷୀ । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ଦିଆଯାଉଥିବା ବେଳେ ମଣ୍ଡି ରେ ୧୦୦୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ରହିଛି । 

ମଣ୍ଡିରେ ଟାର୍ଗେଟ ବଢାଯାଇ ୨୦୦୦ କୁଇଣ୍ଟାଲ କରାଯିବାକୁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ ଚାଷୀ । ତେବେ ପ୍ରଶାସନ ତରଫରୁ କୌଣସୀ ପଦକ୍ଷେପ ନିଆଯାଇନଥିଲା ।  ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବିଫଳ ହେବାରୁ ରାସ୍ତାରୋକ କରିଥିବା ସୂଚନା ମିଳିଛି । ତେବେ ଦାବିପୂରଣ ସହ ଉଚିତ ସମୟରେ ଚାଷୀ ଙ୍କ ଧାନକ୍ରୟ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ କୃଷକ । 

ଜାତୀୟ ରାଜପଥ ଅବରୋଧ ଫଳରେ ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିଛି । ଫଳରେ ଜୟପୁର ମାଲକାନଗିରି ଜଜାତୀୟରାଜପଥ ରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।