ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି ; କଟନି ଛଟନି କରୁଥିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ମଣ୍ଡିରେ ଆଉ ଚାଲିବନି ମିଲରମାନଙ୍କ ମନମାନି । କଟନି ଛଟନି କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସମବାୟ କର୍ମଚାରୀଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମିଲର ମନମାନୀ କରୁଥିଲେ ବିଭାଗକୁ ଜଣାଇବା ସହ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଲର ମାନେ ଧାନ ଉଠେଇବାକୁ ଗାଡି ପଠାନ୍ତି । ତାଙ୍କ କାମ ନୁହେଁ ଚାଷୀଙ୍କ ସହ କଥା ହେବା କିମ୍ବା ତାଙ୍କଠାରୁ ଧାନ କିଣିବା । ଯଦି ମିଲରମାନେ ହାତଗୁଞ୍ଜା ଦେଇ ଏପଟ ସେପଟ କରୁଥିଲେ ତାଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ।