ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି
କନକ ବ୍ୟୁରୋ: ମଣ୍ଡିରେ ଚାଲିଛି ମନମାନି । ଧାନ ବିକିବା ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ମଣ୍ଡରେ ଦିନଦିନ ଧରି ଚାଷୀଙ୍କ ଧାନ ବସ୍ତା ପଡି ରହିଛି । କିନ୍ତୁ ବିନା କାଗଜପତ୍ରରେ କ୍ୱିଂଟାଲ କ୍ୱିଂଟାଲ ଧାନ ଟ୍ରକ ଯୋଗେ ମିଲକୁ ଯାଉଛି । ମଣ୍ଡି କର୍ତୃପକ୍ଷ-ମିଲର ଓ ଦଲାଲଙ୍କ ମଧୁ ଚନ୍ଦ୍ରିକାରେ ଚାଷୀ ପେଶି […] The post ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି first appeared on Kanak News.

କନକ ବ୍ୟୁରୋ: ମଣ୍ଡିରେ ଚାଲିଛି ମନମାନି । ଧାନ ବିକିବା ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ମଣ୍ଡରେ ଦିନଦିନ ଧରି ଚାଷୀଙ୍କ ଧାନ ବସ୍ତା ପଡି ରହିଛି । କିନ୍ତୁ ବିନା କାଗଜପତ୍ରରେ କ୍ୱିଂଟାଲ କ୍ୱିଂଟାଲ ଧାନ ଟ୍ରକ ଯୋଗେ ମିଲକୁ ଯାଉଛି । ମଣ୍ଡି କର୍ତୃପକ୍ଷ-ମିଲର ଓ ଦଲାଲଙ୍କ ମଧୁ ଚନ୍ଦ୍ରିକାରେ ଚାଷୀ ପେଶି ହେଉଛନ୍ତି ।
ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଆସିଛି ମଣ୍ଡି ଅବ୍ୟବସ୍ଥାର ବିକଳ ଚିତ୍ର । ଚାଷୀଙ୍କ ଧାନ, ମଣ୍ଡିରେ ପଡିଛି କିନ୍ତୁ ଦଲାଲଙ୍କ ଧାନ ରାତି ଅଧିଆ ବିକ୍ରି ହୋଇଯାଉଛି । ମଣ୍ଡି ଖୋଲିଛି, ହେଲେ ଚାଷୀଙ୍କ ପାଇଁ ନୁହେଁ ଦଲାଲଙ୍କ ପାଇଁ । ବରପାଲି ବ୍ଲକ ବରମକେଲା ମଣ୍ଡିର ଏହି ଦୃଶ୍ୟ ତାହା ହିଁ ବୟାନ କରୁଛି । ଗୋଟିଏ ପଟେ ଚାଷୀଙ୍କ କ୍ୱିଂଟାଲ କ୍ୱିଂଟାଲ ଧାନ ପଡି ରହିଛି । ଟାର୍ଗେଟ ନାହିଁ, ଟ୍ରକ ଆସୁନି କହି ମଣ୍ଡି କର୍ତୃପକ୍ଷ ଧାନ ଉଠାଉ ନାହାନ୍ତି । କିନ୍ତୁ ଅନ୍ୟପଟେ ରାତି ଅଧିଆ ଦଲାଲଙ୍କଧାନ ବିକ୍ରି ହୋଇଯାଉଛି । ବିନା କାଗଜପତ୍ରରେ କ୍ୱିଂଟାଲ କ୍ୱିଂଟାଲ ଧାନ ଟ୍ରକ ଯୋଗେ ମିଲକୁ ଯାଉଛି ।
ଟୋକନ ଅବଧି ସରି ଆସୁଛି । ହେଲେ ମିଲର ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କ ଧାନ ମଣ୍ଡିରେ ପଡିରହୁଛି । ଆଉ ମଣ୍ଡିରେ ରହୁଥିବା ଅଧିକାରୀ କମିସନ ପାଇ ମିଲକୁ ଧାନ ପଠାଉଛନ୍ତି । ଅନ୍ୟପଟେ ମଣ୍ଡି ପରିସରରେ ଦଲାଲମାନେ ମଦ ମାଂସର ଆସର ଜମାଇ ଚାଷୀଙ୍କୁ କମ ଦାମରେ ବିକ୍ରି କରିବାକୁ ପ୍ରବର୍ତାଉଥିବା ଅଭିଯୋଗ ହୋଇଛି ।
ବରଗଡର ବରମକେଲା ଧାନମଣ୍ଡି ନୁହେଁ ଜିଲ୍ଲାର ଅନ୍ୟ ମଣ୍ଡିଗୁଡିକରେ ମଧ୍ୟ ଚାଷୀଙ୍କ ଧାନ ପଡିରହିଛି । ମାର୍କେଟୟାର୍ଡରେ ଦଲାଲ ସକ୍ରିୟ ଥିବାରୁ କଟନୀଛଟନୀ ଆଳ ଦେଖାଇ ଚାଷୀଙ୍କ ଧାନ ମଣ୍ଡି କର୍ତୃପକ୍ଷ ଉଠାଉ ନଥିବା ଅଭିଯୋଗ ହୋଇଛି ।
The post ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି first appeared on Kanak News.