ମଣ୍ଡିରେ ଧାନ ବିକ୍ରିର ଦୀର୍ଘ ଦିନ ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ
କର୍ଲାମୁଣ୍ଡା:୧୨।୧(ପ୍ରଦୀପ କୁମାର ସାହୁ): ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବାର ନିୟମ ରହିଥିଲେ ହେ ଚାଷୀ ପ୍ରାପ୍ୟ ପାଇପାରୁ ନ ଥିବା ରବିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଆସିଛି। ସୂଚନାଯୋଗ୍ୟ, ଏହି ସମବାୟ ସମିତି ଜରିଆରେ ରେଗଡା ଧାନ ମଣ୍ଡିରେ ରେଗଡା ଗ୍ରାମର ଚାଷୀ ବାସନ୍ତୀ ବାଗ ୨୯.୭୧ […] The post ମଣ୍ଡିରେ ଧାନ ବିକ୍ରିର ଦୀର୍ଘ ଦିନ ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ appeared first on Dharitri Odia News.
କର୍ଲାମୁଣ୍ଡା:୧୨।୧(ପ୍ରଦୀପ କୁମାର ସାହୁ): ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବାର ନିୟମ ରହିଥିଲେ ହେ ଚାଷୀ ପ୍ରାପ୍ୟ ପାଇପାରୁ ନ ଥିବା ରବିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଆସିଛି।
ସୂଚନାଯୋଗ୍ୟ, ଏହି ସମବାୟ ସମିତି ଜରିଆରେ ରେଗଡା ଧାନ ମଣ୍ଡିରେ ରେଗଡା ଗ୍ରାମର ଚାଷୀ ବାସନ୍ତୀ ବାଗ ୨୯.୭୧ କୁଇଣ୍ଟାଲ ଧାନ ଓ ନିରନ ସାହୁ ୩୧.୫୪ କୁଇଣ୍ଟାଲ, କଣ୍ଡରେଇ ଗ୍ରାମର ଚାଷୀ ଉଷାଧର ସାହୁ ୮୬.୭୭ କୁଇଣ୍ଟାଲ ଧାନ ଓ ତରୁଣ ସାହୁ ୩୩.୬୦ କୁଇଣ୍ଟାଲ ଧାନ ଗତ ମାସ ୫ ତାରିଖରୁ ୧୯ ତାରିଖ ମଧ୍ୟରେ ମୋଟ ୧୬୩.୬୨ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ତେବେ ଧାନ ବିକ୍ରି କରିବାର ଦୀର୍ଘ ଦିନ ପରେ ମଧ୍ୟ ଚାଷୀମାନେ କେବଳ ସରକାରୀ ଇନ୍ପୁଟ ସହାୟତା ରାଶି ପାଇଥିବା ବେଳେ ଏମ୍ଏସ୍ପି କୁଇଣ୍ଟାଲ ପ୍ରତି ୨୩୦୦ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି।
ତୁରନ୍ତ ଧାନ ବିକ୍ରି ଟଙ୍କା ଦେବାକୁ ଦାବି କରିବା ସହ ସୋମବାରଠାରୁ ଧାରଣାରେ ବସିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏନେଇ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁମନ୍ତ ସାହୁଙ୍କୁ ପଚାରିବାରୁ ଚାଷୀଙ୍କ ଏହି ସମସ୍ୟାକୁ ଜିଲା ପ୍ରଶାସନକୁ ଜଣେଇଛୁ ବୋଲି କହିଛନ୍ତି। ଏଣୁ ଜିଲାପାଳ ଏଥିପାଇଁ ଦୃଷ୍ଟି ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।
The post ମଣ୍ଡିରେ ଧାନ ବିକ୍ରିର ଦୀର୍ଘ ଦିନ ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ appeared first on Dharitri Odia News.