ମଣ୍ଡିରେ ବିକ୍ରି ଯୋଗ୍ୟ ନୁହେଁ ଅମଳ ଧାନ: ରୋଗପୋକ ଲାଗି ବଦଳି ଯାଇଛି ରଙ୍ଗ
କନକ ବ୍ୟୁରୋ: ଅମଳ ଧାନକୁ ଦେଖି ଖୁସି ହେବା ବଦଳରେ ହତାଶ ଚାଷୀ । ଶହଶହ ଏକର ଜମିରେ ଧାନ ଫସଲ ନଷ୍ଟ କରି ଦେଇଛି ରୋଗ। ଅନ୍ୟବର୍ଷ ଅପେକ୍ଷା ଏବର୍ଷ ଅଧା ହୋଇଯାଇଛି ଅମଳ । ଧାନ ଅଧାକୁ ଫୁଲ ଅଧା ଅମଳ କରିଛନ୍ତି ପୁରୀ ଜିଲ୍ଲା ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଅଂଚଳର ଚାଷୀ । ରଙ୍ଗ ଖରାପ ହୋଇଯାଇଛି । ମଣ୍ଡିରେ ବିକି ହେବନି କି ମିଲର ବି ଠିକ୍ ମୂଲ୍ୟ ଦେବେ ନାହିଁ । ଶାଗମାଛ ଦରରେ କିଣିନେବେ । ଏଭଳି ସ୍ଥିତିରେ ଚାଷୀ ତ କ୍ଷତି ସହିଛନ୍ତି, ଭାଗ ଚାଷୀଙ୍କ ଭାଳେଣି ପଡ଼ିଛି । କଣ କରିବେ କେମିତି କରଜ ସୁଝିବା ସହ ଜମି ମାଲିକକୁ କଣ ଦେବେ । ଅମଳ କମିଗଲା, ଆଶା ମରିଗଲା। ଅମଳର କିଛି ଦିନ ପୂର୍ବରୁ ପୂଜା, ଶାରଳା ଧାନରେ ବହୁ ପରିମାଣର ଫୁଲ ହୋଇଛି । ସାହାରା ରୋଗ ଯୋଗୁଁ ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଅଞ୍ଚଳରେ ଶହଶହ ଏକର ଜମିରେ ଧାନ ଅମଳ କମି ଯାଇଛି । ପୂର୍ବ ବର୍ଷ ଏକର ପିଛା ୩୦ରୁ ୩୫ ବସ୍ତା ଧାନ ଅମଳ ହେଉଥିଲା । ଏ ବର୍ଷ ସେହି ସମାନ ବିଲରୁ ୨୦ରୁ ୨୫ ବସ୍ତା ଅମଳ ହେଉଛି! ସେଥିରେ ପୁଣି ଅଧେ ଫୁଲକୁ ଅଧେ ଧାନ ! ଧାନର ରଙ୍ଗ କଳା ପଡ଼ିଯିବାରୁ ମଣ୍ଡିରେ ବିକ୍ରି ହୋଇପାରିବ ନାହିଁ । ବାହାରେ ବିକିଲେ ବି ଉଚିତ୍ ପାଉଣା ମିଳିବ ନାହିଁ। ତେଣୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ଚାଷୀକୂଳ । ଏକର ପିଛା ୧୦ରୁ ୧୫ ହଜାର ଟଙ୍କା ଖର୍ଚ୍ଚ କରି ୨୦ ହଜାର ରୋଜଗାର ଆଶା ରଖିଥିଲେ ଧାନ ଚାଷୀ । ହେଲେ ଏବେ ଧାନର ଅବସ୍ଥା ଦେଖି ସେ ଆଶା ମରିଯାଇଛି । ନି

କନକ ବ୍ୟୁରୋ: ଅମଳ ଧାନକୁ ଦେଖି ଖୁସି ହେବା ବଦଳରେ ହତାଶ ଚାଷୀ । ଶହଶହ ଏକର ଜମିରେ ଧାନ ଫସଲ ନଷ୍ଟ କରି ଦେଇଛି ରୋଗ। ଅନ୍ୟବର୍ଷ ଅପେକ୍ଷା ଏବର୍ଷ ଅଧା ହୋଇଯାଇଛି ଅମଳ । ଧାନ ଅଧାକୁ ଫୁଲ ଅଧା ଅମଳ କରିଛନ୍ତି ପୁରୀ ଜିଲ୍ଲା ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଅଂଚଳର ଚାଷୀ । ରଙ୍ଗ ଖରାପ ହୋଇଯାଇଛି । ମଣ୍ଡିରେ ବିକି ହେବନି କି ମିଲର ବି ଠିକ୍ ମୂଲ୍ୟ ଦେବେ ନାହିଁ । ଶାଗମାଛ ଦରରେ କିଣିନେବେ । ଏଭଳି ସ୍ଥିତିରେ ଚାଷୀ ତ କ୍ଷତି ସହିଛନ୍ତି, ଭାଗ ଚାଷୀଙ୍କ ଭାଳେଣି ପଡ଼ିଛି । କଣ କରିବେ କେମିତି କରଜ ସୁଝିବା ସହ ଜମି ମାଲିକକୁ କଣ ଦେବେ ।
ଅମଳ କମିଗଲା, ଆଶା ମରିଗଲା। ଅମଳର କିଛି ଦିନ ପୂର୍ବରୁ ପୂଜା, ଶାରଳା ଧାନରେ ବହୁ ପରିମାଣର ଫୁଲ ହୋଇଛି । ସାହାରା ରୋଗ ଯୋଗୁଁ ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଅଞ୍ଚଳରେ ଶହଶହ ଏକର ଜମିରେ ଧାନ ଅମଳ କମି ଯାଇଛି । ପୂର୍ବ ବର୍ଷ ଏକର ପିଛା ୩୦ରୁ ୩୫ ବସ୍ତା ଧାନ ଅମଳ ହେଉଥିଲା । ଏ ବର୍ଷ ସେହି ସମାନ ବିଲରୁ ୨୦ରୁ ୨୫ ବସ୍ତା ଅମଳ ହେଉଛି! ସେଥିରେ ପୁଣି ଅଧେ ଫୁଲକୁ ଅଧେ ଧାନ ! ଧାନର ରଙ୍ଗ କଳା ପଡ଼ିଯିବାରୁ ମଣ୍ଡିରେ ବିକ୍ରି ହୋଇପାରିବ ନାହିଁ । ବାହାରେ ବିକିଲେ ବି ଉଚିତ୍ ପାଉଣା ମିଳିବ ନାହିଁ। ତେଣୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ଚାଷୀକୂଳ ।
ଏକର ପିଛା ୧୦ରୁ ୧୫ ହଜାର ଟଙ୍କା ଖର୍ଚ୍ଚ କରି ୨୦ ହଜାର ରୋଜଗାର ଆଶା ରଖିଥିଲେ ଧାନ ଚାଷୀ । ହେଲେ ଏବେ ଧାନର ଅବସ୍ଥା ଦେଖି ସେ ଆଶା ମରିଯାଇଛି । ନିରୁପାୟ ହୋଇ ଧାନ ମଣ୍ଡିକୁ ନନେଇ କେମିତି ବାହାର ବେପାରୀଙ୍କୁ ବିକିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି । ତେବେ ଧାନ ଚାଷ ଆରମ୍ଭରୁ ବ୍ୟବହାର ହୋଇଥିବା ବିହନ ତ୍ରୁଟିରୁ ଏହି ସାହାରା ରୋଗ ଦେଖାଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି ।