ମତ ସାବ୍ୟସ୍ତ କଲେ ବିଗ୍‌ ବି ଅମିତାଭ ବଚ୍ଚନ, ପରିବାର ସହିତ ଭୋଟ୍‌ କେନ୍ଦ୍ର ଆସିଲେ

ମହାରାଷ୍ଟ୍ରରେ ୫ମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ସକାଳୁ ଅନେକ ବଲିଉଡ୍‌ ଏବଂ ଟିଭି ତାରକା ଭୋଟ୍‌ ଦେଇସାରିଥିବା ବେଳେ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଭୋଟ୍‌ ଦେବା ପାଇଁ ଜମନାବାଇ ବୁଥ୍‌ରେ ପହଞ୍ଚିଥିଲେ । ସେ ନିଜ ପରିବାର ସହିତ ଭୋଟ୍‌ ଦେବାକୁ ଆସିଥିଲେ । ମତଦାନ କେନ୍ଦ୍ର ବାହାରୁ ଅନେକ ସେଲିବ୍ରିଟିଙ୍କ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଜାହ୍ନବୀ କପୁର, ରାଜକୁମାର ରାଓ, ଶାହରୁଖ ଖାନଙ୍କ ସହ ଅମିତାଭ ବଚ୍ଚନଙ୍କୁ […] The post ମତ ସାବ୍ୟସ୍ତ କଲେ ବିଗ୍‌ ବି ଅମିତାଭ ବଚ୍ଚନ, ପରିବାର ସହିତ ଭୋଟ୍‌ କେନ୍ଦ୍ର ଆସିଲେ appeared first on KNews Odisha.

ମତ ସାବ୍ୟସ୍ତ କଲେ ବିଗ୍‌ ବି ଅମିତାଭ ବଚ୍ଚନ, ପରିବାର ସହିତ ଭୋଟ୍‌ କେନ୍ଦ୍ର ଆସିଲେ
amitabh

ମହାରାଷ୍ଟ୍ରରେ ୫ମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ସକାଳୁ ଅନେକ ବଲିଉଡ୍‌ ଏବଂ ଟିଭି ତାରକା ଭୋଟ୍‌ ଦେଇସାରିଥିବା ବେଳେ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଭୋଟ୍‌ ଦେବା ପାଇଁ ଜମନାବାଇ ବୁଥ୍‌ରେ ପହଞ୍ଚିଥିଲେ । ସେ ନିଜ ପରିବାର ସହିତ ଭୋଟ୍‌ ଦେବାକୁ ଆସିଥିଲେ ।

ମତଦାନ କେନ୍ଦ୍ର ବାହାରୁ ଅନେକ ସେଲିବ୍ରିଟିଙ୍କ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଜାହ୍ନବୀ କପୁର, ରାଜକୁମାର ରାଓ, ଶାହରୁଖ ଖାନଙ୍କ ସହ ଅମିତାଭ ବଚ୍ଚନଙ୍କୁ ମଧ୍ୟ ତାଙ୍କ ପରିବାର ସହିତ ଦେଖାଯାଇଛି । ଐଶ୍ୱର୍ଯ୍ୟା ରାୟ ଭୋଟ୍ ଦେବା ପରେ କ୍ୟାମେରା ସାମ୍ନାରେ ଇଙ୍କ୍‌ ଲଗାଇଥିବା ଆଙ୍ଗୁଠିକୁ ଦେଖାଉଥିବାର ନଜର ଆସିଥିଲେ ।

ବଲିଉଡ୍‌ ସେଲିବ୍ରିଟିଙ୍କ ମଧ୍ୟରେ ଅକ୍ଷୟ କୁମାର, ଫରହାନ ଅଖତର, ଜାହ୍ନବୀ କପୁର, ଦୀପିକା ପାଦୁକୋନ, ରଣବୀର ସିଂ, ରାଜକୁମାର ରାଓ, ଅନୁପମ ଖେର ଓ ଧର୍ମେନ୍ଦ୍ର ନିଜର ମତ ସାବ୍ୟସ୍ତ କରିସାରିଛନ୍ତି । ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ପରିବାର ସହିତ ନିର୍ବାଚନରେ ମତ ସାବ୍ୟସ୍ତ କରିବା ପାଇଁ ପହଞ୍ଚିଥିଲେ । ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଅମିତାଭଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଧଳା କୁର୍ତ୍ତା ପାଇଜାମାରେ ପତ୍ନୀ ଜୟା ବଚ୍ଚନଙ୍କ ସହ ବୁଥ୍‌ ଭିତରକୁ ଯାଉଥିବାର ଦେଖାଯାଉଛନ୍ତି ।

ଅମିତାଭଙ୍କ ସହ ଜୟା ବଚ୍ଚନ ବି ଧଳା ସୁଟ୍‌ ପିନ୍ଧିଥିବାର ନଜର ଆସିଥିଲେ । ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ଭୋଟ୍ ଦେବା ପରେ କ୍ୟାମେରା ସାମ୍ନାରେ ଇଙ୍କ୍‌ ଲାଗିଥିବା ଆଙ୍ଗୁଠିକୁ ଦେଖାଇଥିଲେ । ଏହି ସମୟରେ ତାଙ୍କୁ ଧଳା ରଙ୍ଗର ଲୁଜ୍‌ ସାର୍ଟରେ ଦେଖିବାକୁ ମିଳିଥିଲା ।

ସେପଟେ ଦୀପିକା ପାଦୁକୋନ ଓ ରଣବୀର ସିଂ ମଧ୍ୟ ଭୋଟ୍ ଦେବାକୁ ଆସିଥିଲେ । ଦୁହିଁଙ୍କୁ ଦେଖିବା ପାଇଁ ବୁଥ୍‌ରେ ପ୍ରବଳ ଭିଡ଼ ଜମିଥିଲା । ଦୀପିକା ଓ ରଣବୀର ଉଭୟ ଧଳା ସାର୍ଟ ଏବଂ ନୀଳ ଜିନ୍ସରେ ଟ୍ଵିନିଂ କରିଥିବାର ନଜର ଆସିଥିଲେ । ଏତିକି ନୁହେଁ, ଏହି ସମୟରେ ଅଭିନେତ୍ରୀଙ୍କ ବେବି ବମ୍ପ୍‌ର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଥିଲା ।

The post ମତ ସାବ୍ୟସ୍ତ କଲେ ବିଗ୍‌ ବି ଅମିତାଭ ବଚ୍ଚନ, ପରିବାର ସହିତ ଭୋଟ୍‌ କେନ୍ଦ୍ର ଆସିଲେ appeared first on KNews Odisha.