ମତଦାନ ଭିତରେ ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଖବର, ମହାରାଷ୍ଟ୍ର-ଝାଡଖଣ୍ଡରେ…

ନୂଆଦିଲ୍ଲୀ,୨୦।୧୧: ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଅପଡେଟ୍‌। ଏବେ ନ୍ୟୁଜ ଚ୍ୟାନେଲ ନୁହେଁ ୟୁଟ୍ୟୁବରେ ପ୍ରସାରିତ ହେବ ବୁଥ୍‌ ବାହୁଡା ମତ। ଏନେଇ ଆସିଛି ବଡ଼ ସୂଚନା। ପ୍ରସିଦ୍ଧ ପୋଲ୍‌ଷ୍ଟାର୍‌ ପ୍ରଦୀପ ଗୁପ୍ତାଙ୍କ କମ୍ପାନୀ ‘ଆକ୍ସିସ ମାଇଁ ଇଣ୍ଡିଆ’ ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନର ଏକଜିଟ୍‌ ପୋଲ୍‌କୁ ସ୍ବତନ୍ତ୍ର ଭାବେ ପ୍ରସାରଣ କରିବ। ଦୁଇରାଜ୍ୟରେ ମତଦାନ ସରିବା ପରେ ସଂଧ୍ୟା ୬.୩୦ଟା ସମୟରେ ଆକ୍ସିସ ମାଇଁ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ଏହି ଏକଜିଟ ପୋଲ ଜାରି କରାଯିବ। ପ୍ରଦୀପଙ୍କ […] The post ମତଦାନ ଭିତରେ ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଖବର, ମହାରାଷ୍ଟ୍ର-ଝାଡଖଣ୍ଡରେ… appeared first on Dharitri Odia News.

ମତଦାନ ଭିତରେ ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଖବର, ମହାରାଷ୍ଟ୍ର-ଝାଡଖଣ୍ଡରେ…

ନୂଆଦିଲ୍ଲୀ,୨୦।୧୧: ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଅପଡେଟ୍‌। ଏବେ ନ୍ୟୁଜ ଚ୍ୟାନେଲ ନୁହେଁ ୟୁଟ୍ୟୁବରେ ପ୍ରସାରିତ ହେବ ବୁଥ୍‌ ବାହୁଡା ମତ। ଏନେଇ ଆସିଛି ବଡ଼ ସୂଚନା। ପ୍ରସିଦ୍ଧ ପୋଲ୍‌ଷ୍ଟାର୍‌ ପ୍ରଦୀପ ଗୁପ୍ତାଙ୍କ କମ୍ପାନୀ ‘ଆକ୍ସିସ ମାଇଁ ଇଣ୍ଡିଆ’ ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନର ଏକଜିଟ୍‌ ପୋଲ୍‌କୁ ସ୍ବତନ୍ତ୍ର ଭାବେ ପ୍ରସାରଣ କରିବ। ଦୁଇରାଜ୍ୟରେ ମତଦାନ ସରିବା ପରେ ସଂଧ୍ୟା ୬.୩୦ଟା ସମୟରେ ଆକ୍ସିସ ମାଇଁ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନେଲରେ ଏହି ଏକଜିଟ ପୋଲ ଜାରି କରାଯିବ।

ପ୍ରଦୀପଙ୍କ କମ୍ପାନୀ ଗତମାସ ହରିୟାଣା-ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ରେଜଲ୍ଟ ପରେ ଇଣ୍ଡିଆ ଟୁଡେ ଗ୍ରୁପ ସହ ତାଙ୍କର ଲମ୍ବା ଡିଲ୍‌କୁ ଶେଷ କରିଥିଲେ। ବର୍ତ୍ତମାନ ଏକଜିଟ୍‌ ପୋଲ୍‌ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଓ ସାମ୍ବାଦିକ ସଙ୍କେତ ଉପାଧ୍ୟାୟଙ୍କ ରେଡ୍‌ ମାଇକ୍‌ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବ।

ଆପଣଙ୍କୁ କହିରଖୁଛୁ କି, ଚଳିତ ବର୍ଷ ବିଭିନ୍ନ ନିର୍ବାଚନକୁ ନେଇ କରାଯାଇଥିବା ଆକଳନକୁ ଆକ୍ସିସ ମାଇଁ ଇଣ୍ଡିଆ ଭୁଲ ପୂର୍ବାନୁମାନ କରିଥିଲା। ହରିୟାଣା ନିର୍ବାଚନରେ କଂଗ୍ରେସର ବିଜୟକୁ ନେଇ ଏକଜିଟ୍‌ ପୋଲ୍‌ କହିଥିଲା। କିନ୍ତୁ ରାଜ୍ୟରେ ଭାଜପା ବଡ଼ ବିଜୟ ହାସଲ କରିଥିଲା।

 

The post ମତଦାନ ଭିତରେ ଏକଜିଟ୍‌ ପୋଲ୍‌କୁ ନେଇ ବଡ଼ ଖବର, ମହାରାଷ୍ଟ୍ର-ଝାଡଖଣ୍ଡରେ… appeared first on Dharitri Odia News.