ମଥୁରାରେ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିଥିଲେ ଔରଙ୍ଗଜେବ, ଆରଟିଆଇରେ ସୂଚନା ଦେଲା ଏଏସଆଇ
ନୂଆଦିଲ୍ଲୀ,୩।୨: ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଇଦଗାହ ବିବାଦରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ମୋଗଲ ଶାସକ ଔରଙ୍ଗଜେବ ମଥୁରାରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ। ଏହି ଖୁଲାସା ଆରଟିଆଇରେ ମିଳିଥିବା ସୂଚନାରୁ ହୋଇଛି। ଆରଟିଆଇରେ ଆଗ୍ରା ପ୍ରତ୍ନତତ୍ତ୍ୱ ବିଭାଗ କହିଛି ଯେ ମନ୍ଦିର ଭାଙ୍ଗିବା ପରେ ଔରଙ୍ଗଜେବଙ୍କ ଦ୍ୱାରା ନିର୍ମିତ ମସଜିଦ ସ୍ଥାନରେ ଶାହି ଇଦଗାହ ମସଜିଦ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ ମୌନପୁରୀର ଅଜୟ ପ୍ରତାପ ସିଂହ ଦେଶବ୍ୟାପୀ ମନ୍ଦିର ମାନଙ୍କ […] The post ମଥୁରାରେ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିଥିଲେ ଔରଙ୍ଗଜେବ, ଆରଟିଆଇରେ ସୂଚନା ଦେଲା ଏଏସଆଇ appeared first on Dharitri Odia News.
ନୂଆଦିଲ୍ଲୀ,୩।୨: ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଇଦଗାହ ବିବାଦରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ମୋଗଲ ଶାସକ ଔରଙ୍ଗଜେବ ମଥୁରାରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ। ଏହି ଖୁଲାସା ଆରଟିଆଇରେ ମିଳିଥିବା ସୂଚନାରୁ ହୋଇଛି। ଆରଟିଆଇରେ ଆଗ୍ରା ପ୍ରତ୍ନତତ୍ତ୍ୱ ବିଭାଗ କହିଛି ଯେ ମନ୍ଦିର ଭାଙ୍ଗିବା ପରେ ଔରଙ୍ଗଜେବଙ୍କ ଦ୍ୱାରା ନିର୍ମିତ ମସଜିଦ ସ୍ଥାନରେ ଶାହି ଇଦଗାହ ମସଜିଦ ନିର୍ମାଣ କରାଯାଇଛି।
ସୂଚନାଯୋଗ୍ୟ ମୌନପୁରୀର ଅଜୟ ପ୍ରତାପ ସିଂହ ଦେଶବ୍ୟାପୀ ମନ୍ଦିର ମାନଙ୍କ ବିଷୟରେ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ। ଏଥିରେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ମଧ୍ୟ ସୂଚନ ମଗାଯାଇଥିଲା। ଏହାର ଉତ୍ତରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବ୍ରିଟିଶ ଶାସନ ସମୟରେ ୧୯୨୦ ମସିହାରେ ପ୍ରକାଶିତ ଗେଜେଟ ଆଧାରରେ ଦାବି କରି ଏହାର ଉତ୍ତର ଦେଇ କହିଥିଲେ ଯେ ପୂର୍ବରୁ ମସଜିଦ ସ୍ଥାନରେ କଟରା କେଶବଦେବ ମନ୍ଦିର ଥିଲା। ଯାହାକୁ ଭାଙ୍ଗି ଏକ ମସଜିଦ ନିର୍ମାଣ କରାଯାଇଥିଲା।
ବ୍ରିଟିଶ ଶାସନ କାଳରେ କାର୍ଯ୍ୟ କରୁଥିବା ପବ୍ଲିକ୍ ୱାର୍କସ ବିଭାଗର ବିଲଡିଂ ଆଣ୍ଡ ରୋଡ୍ ସେକ୍ସନ୍ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ୩୯ ଟି ସ୍ମାରକର ତାଲିକା ପ୍ରଦାନ କରିଥିବା ଆଡଭୋକେଟ୍ ମହେନ୍ଦ୍ର ପ୍ରତାପ କହିଛନ୍ତି। ୧୯୨୦ ରେ ଆହ୍ଲାବାଦରୁ ଏହି ତାଲିକାରେ କଟରା କେଶବ ଦେବ ଭୁମିରେ ଶ୍ରୀକୃଷ୍ଣ ଭୁମି ୩୭ ନମ୍ବରରେ ଉଲ୍ଲେଖ କରାଯାଇଛି। ଏହା ଲେଖାଯାଇଛି ଯେ ପୂର୍ବରୁ କଟରା ପର୍ବତ ଉପରେ କେଶବ ଦେବ ମନ୍ଦିର ଥିଲା। ଏହାକୁ ଭାଙ୍ଗି ଦିଆଯାଇଥିଲା ଏବଂ ସେହି ସ୍ଥାନଟି ଏକ ମସଜିଦ ପାଇଁ ବ୍ୟବହୃତ ହୋଇଥିଲା।
The post ମଥୁରାରେ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିଥିଲେ ଔରଙ୍ଗଜେବ, ଆରଟିଆଇରେ ସୂଚନା ଦେଲା ଏଏସଆଇ appeared first on Dharitri Odia News.