ମଦ ବିରୋଧରେ ତାତିଲେ ମହିଳା

କୁତ୍ରା,୨୭ା୪(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ବୁଡାକଟା ଗ୍ରାମର ମହିଳାମାନେ ରବିବାର ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା ବୁଡାକଟା ଗ୍ରାମରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିବା ପାଇଁ ନାରା ଦେଇଥିଲେ। ବୁଦ୍ଧିଜୀବୀ ବେଦପ୍ରକାଶ କାକ, ବିନୋଦଙ୍କ ସହ ସେମାନେ ଘରକୁ ଘର ଯାଇ ମଦ ବିକ୍ରି ବନ୍ଦ କରିବା ପାଇଁ ତାଗିଦ୍‌ କରିବା ସହିତ ଦେଶୀ ବିଦେଶୀ ମଦଗୁଡ଼ିକୁ ନଷ୍ଟ କରିଥିଲେ। ମହିଳାମାନେ ଘରୁ ଗୋଡ଼ କାଢି […] The post ମଦ ବିରୋଧରେ ତାତିଲେ ମହିଳା appeared first on Dharitri Odia News.

ମଦ ବିରୋଧରେ ତାତିଲେ ମହିଳା

କୁତ୍ରା,୨୭ା୪(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ବୁଡାକଟା ଗ୍ରାମର ମହିଳାମାନେ ରବିବାର ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା ବୁଡାକଟା ଗ୍ରାମରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିବା ପାଇଁ ନାରା ଦେଇଥିଲେ।

ବୁଦ୍ଧିଜୀବୀ ବେଦପ୍ରକାଶ କାକ, ବିନୋଦଙ୍କ ସହ ସେମାନେ ଘରକୁ ଘର ଯାଇ ମଦ ବିକ୍ରି ବନ୍ଦ କରିବା ପାଇଁ ତାଗିଦ୍‌ କରିବା ସହିତ ଦେଶୀ ବିଦେଶୀ ମଦଗୁଡ଼ିକୁ ନଷ୍ଟ କରିଥିଲେ। ମହିଳାମାନେ ଘରୁ ଗୋଡ଼ କାଢି ମଜୁରି କରି ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ପୁରୁଷମାନେ ମଦ ପିଇ ପରିବାରରେ ଅଶାନ୍ତି ସୃଷ୍ଟି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ମଦ ପିଇବା ଯୋଗୁ ଅକାଳରେ ଜୀବନ ଯାଉଛି। ତେଣୁ ଗ୍ରାମରେ ସମ୍ପୂର୍ଣ୍ଣଭାବେ ମଦ ବନ୍ଦ କରିବୁ ବୋଲି ମହିଳାଗୋଷ୍ଠୀମାନେ କହିଛନ୍ତି। ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଆଗକୁ ମଦ ବିକ୍ରି ବନ୍ଦ ନ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

The post ମଦ ବିରୋଧରେ ତାତିଲେ ମହିଳା appeared first on Dharitri Odia News.